ରାଞ୍ଚି– କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସମ୍ପର୍କିତ ଠିକଣା ଉପରେ ଷଷ୍ଠଦିନରେ ସୋମବାର ବି ଆୟକର ବିଭାଗ ଚଢାଉ କରିଛି । ରାଞ୍ଚିରେ ସାହୁଙ୍କ ଘରେ ଏବେ ବି ନୋଟ ଗଣତି ଜାରି ରହିଛି । ଏହା ବ୍ୟତୀତ ଅନ୍ୟ ସ୍ଥାନରେ ନୋଟ ଗଣତି ପ୍ରାୟ ସରିଲାଣି ।
ଆୟକର ବିଭାଗ ଡିସେମ୍ବର 6 ତାରିଖରେ ଧୀରଜ ସାହୁଙ୍କ ସମ୍ପର୍କିତ ଅନେକ ଠିକଣା ଉପରେ ରେଡ୍ କରି ଟଙ୍କା ଭର୍ତ୍ତି 30ଟି ଆଲମିରା ଜବତ କରିଥିଲା । ସେହିଦିନ ଠାରୁ ନୋଟ ଗଣତି ଜାରି ରହିଛି । ସୂଚନା ମୁତାବକ ଜବତ ଟଙ୍କାର ମୂଲ୍ୟ 5ଶହ କୋଟି ଟପିଛି ।