ବଲାଙ୍ଗିର– ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଦବଦବା ବଢ଼ି ଚାଲିଛି। ଅନେକ ସମୟରେ ବିରୋଧୀ ଦଳ ନେତାମାନେ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଜରିଆରେ ବିଜେଡିରେ ଯୋଗଦାନ କରୁଛନ୍ତି।
ସୂଚନା ଅନୁସାରେ, ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ ତେଲେନପାଲି ଗାଁ ରେ ଶତାଧିକ ଲୋକ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ମୁଖ୍ୟତଃ ବିଜେପି ଦଳର ପୂର୍ବତନ ଜିଲ୍ଲାପରିଷଦ ବିପ୍ର ବିଶି, ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବିଜେପି ଅଧ୍ୟକ୍ଷାଙ୍କ ସ୍ବାମୀ ରଘୁନାଥ ସିଂ ବରିହା, ଆଦିବାସୀ ସଂଘ ସଭାପତି ଟିକେଶ୍ବର ବରିହା, ନାନ୍ଦୁପଲା ପଞ୍ଚାୟତ ବିଜେପି ସଦସ୍ୟ ମାନସ ଠାକୁର, ଅମୃତ ପୁଞ୍ଜି ସହ ତେଲେନପାଲି, ନାନ୍ଦୁପଲା, ମଟିଆଭଟା, ଧଣ୍ଡାମୁଣ୍ଡା, ମହରା ପଦର , ଟଙ୍କପାଣି, ଲୁହାସିଂହା, ଘୁନସର, ଭାନପୁର ପଞ୍ଚାୟତର ଦୁଇ ଶହରୁ ଊର୍ଦ୍ଧ୍ବ ଲୋକ ବିଜେଡିରେ ଯୋଗଦାନ କରିଅଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଥିବାବେଳେ ଖପ୍ରାଖୋଲ ବ୍ଳକ ପ୍ରତିନିଧି ରମେଶ ପ୍ରଧାନ ସଭାପତିତ୍ବ କରିଥିଲେ। ପାଟଣାଗଡ଼ ବ୍ଳକ ପ୍ରତିନିଧି ହିମାଚଳ ପ୍ରଧାନ, ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ସୁଖିରାମ୍ ଷାଣ୍ଢ, ଜିଲ୍ଲା ସହ ସମ୍ପାଦକ ପବିତ୍ର ପଟେଲ, ବିଜେଡି ୪ ଜୋନ ସଭାପତି ତଥା ଲୁହାସିଂହା ସରପଞ୍ଚ ସୀମାଞ୍ଚଳ ପୁରୋହିତ, ଯୁବ ବିଜେଡ଼ି ସଭାପତି ବେଲାର ସିଂ ମେହେର, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଇନ୍ଦ୍ରମଣି ସାହୁ, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟ ମାନଙ୍କୁ ଦଳୀୟ ପତାକା ଉପଢ଼ୌକନ ଦେଇ ସ୍ବାଗତ ଜଣାଇ ଥିଲେ। କାର୍ଯ୍ୟକ୍ରମରେ ଖପ୍ରାଖୋଲ ବ୍ଳକ ର ଦୁଇ ହଜାର ଲୋକ ସାମିଲ ହୋଇଥିବା ଜଣାପଡିଛି।ବିଧାୟକଙ୍କ ଏଭଳି ମିଶ୍ରଣ ପର୍ବ ଦେଖି ବିରୋଧୀଙ୍କ ମନରେ ଛନକା ପଶି ଯାଇଛି। ବିଧାୟକ ଶ୍ରୀ ମେହେର ଲୋକପ୍ରିୟତା ଯେପରି ବଢୁଛି ଆଗକୁ ନିର୍ବାଚନରେ ବିପୁଳ ପରିମାଣରେ ଭୋଟ ପାଇ ବିଜୟ ହାସଲ କରିବେ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି।