
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସମୁଦ୍ରରେ ଅଘଟଣ । ରବିବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ବିହାରର ନାବାଳକ ଭାସି ଯାଇଛନ୍ତି। ପରିବାର ସହ ପୁରୀ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉଥିବା ବେଳେ ଏଭଳି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାପଡିଛି।ସମୁଦ୍ରରେ ଭାସି ଯାଇଥିବା ନାବାଳକ ନାମ ଆର୍ଯ୍ୟନ ରାଜ।
ସେ ତାଙ୍କ ମା-ବାପାଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ଚକ୍ରତୀର୍ଥଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଏକ ଲହଡ଼ିରେ ଭାସି ଯାଇଥିଲେ। ଏହା ପରେ ଲାଇଫ୍ଗାର୍ଡମାନେ ତାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।