
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଉତ୍କଳ ବାଳାଶ୍ରମ ପରିସରରେ ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ, ଭୁବନେଶ୍ୱର ଙ୍କ ସହାୟତା ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ପୁରୀ ଙ୍କ ସହଯୋଗରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୩୦ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗ ରେ ଅଂଶଗ୍ରହଣ କରି ଚିତ୍ରାଙ୍କନ କରିଥିଲେ l ଏହି କାର୍ଯ୍ୟକ୍ରମର ବିଶେଷତା ହେଉଛି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଦିବ୍ୟାଙ୍ଗ ଶିଶୁଙ୍କ ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରତିଯୋଗିତା ର ଆୟୋଜନ ହୋଇଥିଲା l ଜିଲ୍ଲାସ୍ତରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ କମିଟି ତଥା ସଦସ୍ୟ, କିଶୋର ନ୍ୟାୟ ବୋର୍ଡ ଶ୍ରୀ ମହାବୀର ରୁଦ୍ର ନାରାୟଣ ସାହୁ, ପୂର୍ବତନ ସଦସ୍ୟ ଶକ୍ତିପଦ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲାସ୍ତରୀୟ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ 5 ରୁ 8 ବର୍ଷ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିୟଂlସି ପ୍ରଧାନ, 9 ରୁ 12 ବର୍ଷ ବିଭାଗରେ ମଦର୍ସ ପବ୍ଲିକ୍ ସ୍କୁଲ୍ ର ସଦ୍ୟlନ୍ତ ଶତପଥୀ 13 ରୁ 16 ବର୍ଷ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ଅନିସା ପଟ୍ଟନାୟକ ପ୍ରଥମ ହୋଇଥିବା ବେଳେ 5 ରୁ 10 ବର୍ଷ ମାନସିକ ସ୍ତରରେ ଦିବ୍ୟାଙ୍ଗ ଓ ଦୃଷ୍ଟି ବାଧିତ ଶ୍ରେଣୀରେ କେନ୍ଦ୍ରୀୟ ବିଦ୍ୟାଳୟର ଦିବ୍ୟଜ୍ୟୋତି ସାହୁ ଓ ଅଭ୍ୟର୍ଥନା ଦାସ, ଶ୍ରବଣ ବାଧିତ ଶ୍ରେଣୀରେ ସରକାରୀ ବିଦ୍ୟାଳୟ ସତ୍ୟବାଦୀର ଭାଗ୍ୟଲକ୍ଷ୍ମୀ ସାହୁ ପ୍ରଥମ ହୋଇଛନ୍ତି l ସେହିପରି 11 ରୁ 18ବର୍ଷ ମାନସିକ ସ୍ତରରେ ଦିବ୍ୟାଙ୍ଗ ଶ୍ରେଣୀରେ ଡି ଏ ଭି ପବ୍ଲିକ୍ ସ୍କୁଲର ପ୍ରୟାଗ ଚନ୍ଦ୍ର ମିଶ୍ର ଓ ଶ୍ରବଣ ବାଧିତ ଶ୍ରେଣୀରେ ନୀଳାଚଳ ସେବା ପ୍ରତିଷ୍ଠାନର ଲୋଚନ ମାଝୀ ପ୍ରଥମ ହୋଇଛନ୍ତି l ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କ ସମେତ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମୋଟ 22 ଜଣଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବା ସହିତ ସେମାନଙ୍କ ଚିତ୍ରାଙ୍କନ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ lଏହି କାର୍ଯ୍ୟକ୍ରମ କୁ ସାରଙ୍ଗ ମହାପାତ୍ର, ଉତ୍କଳ ବାଳାଶ୍ରମ ଅଧ୍ୟକ୍ଷ ପରିଚାଳନା କରିଥିବା ବେଳେ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୁରୀ ତଦାରଖ କରିଥିଲେ l ଉତ୍କଳ ବାଳାଶ୍ରମ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l