ଗଂଜାମ- ୫-ଟି ମାନଦଣ୍ଡରେ ଗଂଜାମ ଜିଲ୍ଲାର ଯେଉଁ ସରକାରୀ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରୁ ନାହାନ୍ତି କିମ୍ବା ଅହେତୁକ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଖଡ୍ଗ ହସ୍ତରେ ନିଷ୍ପତି ନେବାକୁ ପଛଘୁଂଚା ଦେଉ ନାହାନ୍ତି । ଗତକାଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଉଚ୍ଚ ପଦାଧିକାରୀମାନଙ୍କୁ ନେଇ ଅନୁÂିତ ସମୀକ୍ଷା ବୈଠକରେ ପାଂଚଜଣ ଅପାରଗ କର୍ମଚାରୀଙ୍କୁ ତୁରନ୍ତ ଅବସର ଦେବାପାଇଁ ନୋଟିସ୍ ଜାରି କରାଯାରଇଥିଲା । ଏଥିରେ ଉପ ବିଭାଗ ଅଧିକାରୀ, ବରିÂ ରାଜସ୍ୱ ସହାୟକ ଏବଂ ସହାୟକ ରାଜସ୍ୱ ନିରୀକ୍ଷକ ପ୍ରଭୃତି କର୍ମଚାରୀ ଅନ୍ତର୍ଭୁକ୍ତ ଅଟନ୍ତି । ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ବିଭିନ୍ନ ବିଭାଗରେ ଅନ୍ୟ ଯେଉଁ କର୍ମଚାରୀ ମାନେ ସରକାରୀ କାର୍ଯ୍ୟକୁ ହେୟ ମାନେ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ତିରିଶ ଜଣ କର୍ମଚାରୀଙ୍କ ନାମ ଉକ୍ତ ତାଲିକାରେ ଅଛି । ସବିଶେଷ ବିବରଣୀ ଅନୁଧ୍ୟାନ ପରେ ତୁରନ୍ତ ଏମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅବସର ନୋଟିସ୍ ଜାରୀ କରାଯିବ । କାର୍ଯ୍ୟରେ ନିପୁଣ ନ ଥିବା କର୍ମଚାରୀ ଯେଉଁ ମାନଙକର ବୟସ ୫୦ ବର୍ଷରୁ ଉଦ୍ଧ୍ୱର୍ କିମ୍ବା କାର୍ଯ୍ୟ ଅବଧି ୩୦ ବର୍ଷରୁ ଅଧିକ ସେହି ମାନଙ୍କୁ ଅବସର ଦେବାପାଇଁ ଜିଲ୍ଲା ପ୍ରଶାସନ ଅଧିକ ଧ୍ୟାନ ଦେଉଛନ୍ତି ।