ପୁରୀ– ତପୋବନ ଆଦର୍ଶ ବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ଶିଶୁ ବିହାରର ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଶ୍ବମ୍ବର ବିଦ୍ୟାପୀଠ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଶ୍ରୀମନ୍ଦିର ଯୁବ ସେବାୟତ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ନାରାୟଣ ତିଆଡିଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସୁରଜ ମଲ୍ ସାହା ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ହରିହର କର ଯୋଗ ଦେଇଥିଲେ। ଦୁଇଟି ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ସଭାରେ ସଭାପତିତ୍ବ କରିଥିଲେ। ତପୋବନ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ପାଣି ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶ୍ରୀ ଜଗନ୍ନାଥ ଶିଶୁ ବିହାରର ଅଧ୍ୟକ୍ଷା ସଂଯୁକ୍ତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଡକ୍ଟର ଆଚାର୍ଯ୍ୟ କହିଥିଲେ। ଉଦଘାଟନ ସମାରୋହକୁ ସମ୍ବୋଧନ କରି ତିଆଡି କହିଲେ, ଭବିଷ୍ୟତରେ ଏହି ପିଲା ମାନେ ରାଜ୍ୟ ତଥା ଦେଶ ର ଟେକ ରଖିବେ। ଆଜିର କୁନି ପ୍ରତିଯୋଗୀ, ଆସନ୍ତାକାଲି ଦେଶର ଗର୍ବ ହେବ। ପୁରୀ ସହରର ସୁନାମ ଏମାନଙ୍କ ହାତରେ ରହିଛି । ଆମ ରାଜ୍ୟରୁ ଅନେକ କ୍ରୀଡାବିତ୍ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଅଧ୍ୟାପକ ହରିହର କର ପିଲାମାନଙ୍କୁ ଯୋଗ୍ୟ କରିବାବୁ ହେଲେ ପିତା ମାତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ। ତେଣୁ ପିଲାମାନଙ୍କୁ ଘର ଓ ବାହାରେ ସମସ୍ତ ଉଦ୍ୟମ କରିବା ପାଇଁ ସେ କହିଥିଲେ। ଏହାପରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପିଲା ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ଦିନମଣି ବଳ, ପ୍ରକାଶ ଚନ୍ଦ୍ର ଦାସ, ପ୍ରଭାତୀ ମିସ,ଜ୍ୟୋତିମିସ, ସୌଭାଗିନି ମିସ, ପ୍ରତିମା ମିସ, ଲକ୍ଷ୍ମୀଧର ବାରିକ, ସୁଜାତା ମିସ, ଲକ୍ଷ୍ମୀ ମାଉସୀ, ରେବତୀ ମାଉସୀ, ଶଶି ମାଉସୀ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ସଫଳ କରିଥିଲେ।