-
ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୋ ଜୀବନ ଧନ୍ୟ – ରାଜ୍ୟପାଳ
ଭୁବନେଶ୍ୱର, ଆମ ଦେଶ ଭାରତକୁ କେଉଁ ନେତା ନିର୍ମାଣ କରିନାହାନ୍ତିା ଭାରତ ହେଉଛି ସାଧୁସନ୍ଥମୁନିଋଷିଙ୍କର ଦେଶା ଆଧ୍ୟାତ୍ମିକତା ଆମର ଭିତି ଓ ଶକ୍ତିା ଏହି କାରଣରୁ ଭାରତ ବିଶ୍ୱଗୁରୁ ହୋଇଥିଲା ଏବଂ ସେ ପୁଣି ସେହି ଆସନରେ ଆସୀନ ହେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତିା
ଆଜି ରାଜଭବନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ଆୟୋଜିତ ନାଗରିକ ସଂବର୍ଦ୍ଧନାର ଉତରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଆମର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ ଓ ସମୃଦ୍ଧା ଭାରତ ଶୁଣାଇଛି ପୃଥିବୀକୁ ବସୁଧୈବ କୁଟୁମ୍ବକମ୍ର ବାର୍ତ।। ସଂସ୍କୃତ ଭାଷା ଓ ସଂସ୍କୃତି ଆମ ପରିଚିତିର ଅନନ୍ୟ ବିଭବା ଏହାର ସଂରକ୍ଷଣ ଓ ପ୍ରସାରରେ ଭାରତୀୟତା ମହକ ପ୍ରସାରିତ ହୋଇପାରିବା ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଦ୍ରୁତ ପ୍ରଗତି ହେଉଛିା ଦେଶର ଅପାର ସାମର୍ଥ୍ୟର ସଫଳ ଉପଯୋଗ ହେଉଛିା ଯୋଗକୁ ସାରା ପୃଥିବୀ ଆପଣେଇଛିା ବିଶ୍ୱର ପଂଚମ ବିଶାଳ ଅର୍ଥ ବ୍ୟବସ୍ଥାରୁ ଖୁବ୍ ଶୀଘ୍ର ତୃତୀୟ ସ୍ଥାନକୁ ଯିବାର ସଂଭାବନା ସାକାର ହେବାକୁ ଯାଉଛିା ଏହି ପ୍ରଗତି ପ୍ରକ୍ରିୟାରେ ପ୍ରତ୍ୟେକ ଭାରତୀୟଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ରାଜ୍ୟପାଳ କହିଛନ୍ତିା
ଓଡ଼ିଶା ଏକ ପୁଣ୍ୟ ଭୂମିା ଜଗତର ନାଥ ଜଗନ୍ନାଥ ଏଠି ବିରାଜିତା ସେହି ରାଜ୍ୟର ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତିା ଆର୍ଯ୍ୟ ସମାଜ, ଓଡ଼ିଶାର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ଲିଖିତ “ଅନୁଭୂତିରେ ସନ୍ଥ ମହିମା’ ପୁସ୍ତକକୁ ଲୋକାର୍ପଣ କରି ରାଜ୍ୟପାଳ ଲେଖକଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଉପସ୍ଥାପିତ ସଂନ୍ଥମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତିା
ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ.ହରେକୃଷ୍ଣ ଶତପଥୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଡ.ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲୋ
ପ୍ରାରମ୍ଭରେ ଅନନ୍ତ ବଳିଆ ବେଦପୀଠର ବ୍ରହ୍ମଚାରୀମାନେ ବେଦପାଠ କରିଥିଲୋ ଡ.ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳଙ୍କୁ ସଂବର୍ଧିତ କରାଯାଇଥିଲ।। ଉତ୍ସବରେ ବହୁ ବିଦ୍ୱାନ, ବୁଦ୍ଧିଜୀବୀ ଓ ସାମାଜିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲୋ