
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀରେ ପୋଲିସ୍ କନଷ୍ଟେବଲ୍ ହାଭିଲଦାର ଆସୋସିଏସନ୍ ନିର୍ବାଚନ ହୋଇଥିଲା |ଏଥିରେ ସନ୍ତୋଷ କୁମାର ମହାନ୍ତି 207 ଭୋଟରେ ପ୍ରକାଶ ଆଚାର୍ଯ୍ୟଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି | ସନ୍ତୋଷ ମହାନ୍ତି 516 ଭୋଟ ପାଇଥିଲା ବେଳେ ଅପର ପକ୍ଷେ ପ୍ରକାଶ 309 ଭୋଟ ପାଇଥିଲେ |ଉପସଭାପତି ଭାବେ ସନ୍ତୋଷ କୁମାର ସାହୁ 166 ଭୋଟ, ସମ୍ପାଦକ ସୂର୍ଯ୍ୟତାପ ଜେନା 208 ଭୋଟ, ସହସମ୍ପାଦକ ପ୍ରଥମ ଭାବେ ମହେଶ୍ୱର ସୋରେନ 173 ଭୋଟ, ସହସମ୍ପାଦକ ଦ୍ୱିତୀୟ ଭାବେ ବଳରାମ ମଲ୍ଲିକ 173 ଭୋଟ, କୋଷାଧକ୍ଷ ଭାବେ ଦିଲ୍ଲୀପ ଭୋଇ 269 ଭୋଟ, ବ୍ୟବଧାନରେ ବିଜୟୀ ହୋଇଥିଲେ |କାର୍ଯ୍ୟକାରୀ ସଭ୍ୟ ରୂପେ ହେମନ୍ତ କୁମାର ସାହୁ 482 ଭୋଟ, ଆରତୀ ମହାରଣା 481 ଭୋଟ, ସତ୍ୟନାରାୟଣ ନାୟକ 468 ଭୋଟ, ଗୋଲଖ ବିହାରୀ ସାହୁ 459 ଭୋଟ ଓ ଅରୁଣ ମଲ୍ଲିକ 491 ଭୋଟ ପାଇ ଆଗାମୀ ୨ ବର୍ଷ ପାଇଁ ବିଜୟୀ ହୋଇଛନ୍ତି ।