
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ଜିଲ୍ଲା ଉପ ସଭାପତି ତଥା ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ସ୍ଵର୍ଗତ ରବି ଦାସ ଙ୍କ ପାଇଁ ଶୋକସଭା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବ ରେ ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶୋକ ସଭାରେ ବରିଷ୍ଠ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ଭୀମସେନ ପ୍ରଧାନ,ବିଦୁତଲତା ଆଚାର୍ଯ୍ୟ, ନିରଞ୍ଜନ ରଥ, ସୁକାନ୍ତ ପ୍ରଧାନ,ବିଶ୍ଵନାଥ ଦାଶ,ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, କାଳୀ ପ୍ରସାଦ ନାୟକ, ଆର୍ତ୍ତତ୍ରାଣ ସାହୁ,ବିଶ୍ୱରଂଜନ ମହାପାତ୍ର, ଆଦର୍ଶ ମିଶ୍ର, ପ୍ରକାଶ ପ୍ରଧାନ, ସସ୍ମିତା ସ୍ୱାଇ, ମନୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।