କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରାଜ୍ୟ ର ଏକ ପ୍ରମୁଖ ସାହିତ୍ୟାନୁଷ୍ଠାନ ଗୋକର୍ଣ୍ଣିକା ସାହିତ୍ୟ ସମାଜ ଜାରକା ଯାଜପୁର ଏଥି ମଧ୍ୟ ରେ ପଚାଶ ବର୍ଷ ରେ ପଦାର୍ପଣ କରିଛି ।ଏଥିପାଇଁ ଅନୁଷ୍ଠାନ ଆଜି ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସୃର୍ଜନାତ୍ମକ କାର୍ଯ୍ୟକ୍ରମ ମାନ ଆୟୋଜନ କରିବ। ପ୍ରାଥମିକ ଭାବେ ସୁବର୍ଣ୍ଣ ଜୟନ୍ତୀ ର ଉଦ୍ଘାଟନ ଉତ୍ସବ ଶ୍ରୀକ୍ଷେତ୍ର ପୁରୀ ର ୟୁଥ୍ ହଷ୍ଟେଲ ଠାରେ ସାହିତ୍ୟ ସମାଜ ର ସଭାପତି ରମାକାନ୍ତ ଜେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଶ୍ରୀ ମନ୍ଦିର ର ମୁଖ୍ୟ ପ୍ରଶାସକ କବି ରଞ୍ଜନ କୁମାର ଦାସ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସାହିତ୍ୟ ହିଁ ସାଧାରଣ ମଣିଷ ଭିତରେ ଥିବା ଦେବତ୍ଵ ର ସନ୍ଧାନ ଦେବା ସହ ଜୀବନ ଜିଇଁଵାର ଅସଲ କଳାକୁ ଶିଖାଇଥାଏ ବୋଲି କହିଥିଲେ ।ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାରୀ ସାହିତ୍ୟ ଓ ସାମ୍ବାଦିକତା ସମ୍ଵନ୍ଧରେ ସୁନ୍ଦର ଆଲୋଚନା କରିଥିବା ବେଳେ ଅନ୍ୟତମ ଅତିଥି ଆଲୋଚକ ଭାବେ ପ୍ରଫେସର ବିଜୟ କୁମାର ଶତପଥୀ, ପଣ୍ଡିତ ସୂର୍ଯ୍ୟମଣି ଖୁଣ୍ଟିଆ, ସନ୍ତୋଷ କୁମାର ମହାପାତ୍ର ଓ ଡ଼ଃ ଦିଲ୍ଲୀପ କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳ ରେ ସାହିତ୍ୟ ଓ ସାହିତ୍ୟିକାର , ଆମ ଭାଷା ଆମ ପ୍ରଦେଶ ,ଵ୍ୟକ୍ତି ଓ ରାଷ୍ଟ୍ର ନିର୍ମାଣ ରେ ସାହିତ୍ୟ ଅନୁଷ୍ଠାନ ଭୂମିକା ,ଜୀବନ ଜୀଇଁବା କଳା ଆହରଣ ରେ ସାହିତ୍ୟ ର ଭୂମିକା ସମ୍ପର୍କ ରେ ଉପାଦେୟ ଆଲୋଚନା ମାନ କରିଥିଲେ ।
ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟି ଗୋକର୍ଣ୍ଣିକାର ଇତିହାସ ବିଷୟ ରେ କହିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ମହେଶ୍ଵର ପାଢ଼ୀ ସମ୍ପାଦକୀୟ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପୁରୀ ସହରର ପନ୍ଦର ଗୋଟି ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ର କର୍ମକର୍ତ୍ତା ଓ ପାଞ୍ଚ ଗୋଟି ସାହିତ୍ୟ ପତ୍ରିକାର ସମ୍ପାଦକ ଙ୍କୁ ସମ୍ମାନିତ କରାଯାଇଥିଲା ।ଉତ୍ସବ ର ଦ୍ଵିତୀୟାର୍ଦ୍ଧ ରେ କବି ଭଗବାନ ଜୟସିଂହ ଙ୍କ ଅଧ୍ୟକ୍ଷତା ରେ କବିତାପାଠ ଅନୁଷ୍ଠିତ ହୋଇଥିଲା |ଏଥିରେ ପଚାଶ ରୁ ଊର୍ଦ୍ଧ୍ଵ କବି ସ୍ବରଚିତ କବିତା ପାଠ କରିଥିଲେ |ଶେଷରେ ପୂର୍ବତନ ସମ୍ପାଦକ ହୃଷୀକେଶ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ ଅଜୟ କୁମାର ବାରିକ, ସୁଲେଖା ସମ୍ପାଦକ ସଦାଶିବ ମିଶ୍ର ,ସଂଗଠନ ସମ୍ପାଦକ ପ୍ରତାପରୁଦ୍ର ପଣ୍ଡା ,ଲୋପାମୁଦ୍ରା ଜେନା ପ୍ରମୁଖ ସହଯୋଗ କରିଥିଲେ ।
Related Stories
November 22, 2024