ଭୁବନେଶ୍ୱର– ଓଡିଶାରେ ବଡ ଧରଣର ଆଇଟି ରେଡ୍ ରେ ବିଜେଡି ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ । ସେ କହିଛନ୍ତି ବିଜେଡିର ଏହି ଘଟଣାରେ ସମ୍ପୃକ୍ତି ନାହିଁ । ଆଇନ ତା ବାଟରେ ଯିବ, ଯିଏ ସମ୍ପୃକ୍ତ ଥିବ କାର୍ଯ୍ୟାନୁଷ୍ଠାନ ହେବ । ଯେକୌଣସି ଦଳର ଯିଏ ସମ୍ପୃକ୍ତି ଥିବ, ତା ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଆଇଟି ତଦନ୍ତ କରୁଛି, ସତ ସାମ୍ନାକୁ ଆସିବ, ବିରୋଧୀ ତାଙ୍କ କଥା କହିବେ । କିନ୍ତୁ ଓଡ଼ିଶାରେ ଏତେ ଟଙ୍କା ନଗଦ କ୍ୟାସ ମିଳିବା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଛନ୍ତି ।