ଭୁବନେଶ୍ୱର – ଓଡିଶା ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା କାନ୍ତକବିଙ୍କ ଦାୟଦ ଗୁରୁକଲ୍ୟାଣ ମହାପାତ୍ର ଆସନ୍ତା କାନ୍ତକବିଙ୍କ ଶ୍ରାଦ୍ଧ ଦିବସ ଫେବୃଆରୀ ୨୪ ତାରିଖ ଦିନ ସଂସ୍କୃତି ବିଭାଗ କାନ୍ତକବି ସଂଙ୍ଗୀତ ସଂନ୍ଧ୍ୟା ଆୟୋଜନ କରିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ପରିଚାଳନା କରିଥିବା ବେଳେ ସମ୍ମିଳନୀର ସଭାପତି ଅଧିବକ୍ତା ଅନନ୍ତ ପ୍ରସାଦ ଜେନା ଓ ଉପ-ସଭାପତି ଡ ସୁରେନ୍ଦ୍ର ମୋହନ ମିଶ୍ର ବରପୁତ୍ରଙ୍କ ଗୁଣଗାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଶାଖା ସଭାପତି ସୁବ୍ରତ ମହାପାତ୍ର, ସମ୍ପାଦିକା ବାସନ୍ତି ତ୍ରିପାଠୀ, ମେଂଚଶ୍ୱର ଶାଖା ଯୁଗ୍ମ-ସଂପାଦକ ସିଧାର୍ଥ ଶଙ୍କର ଗଡନାୟକ ଓ ଅକ୍ଷୟ କୁମାର ଜେଠୀ, ଜଟେଶ୍ୱର ଦାସ, ରାମ ଚନ୍ଦ୍ର ସାମଲ ଓ ପ୍ରଗତି ରଥ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।
Related Stories
November 23, 2024