ମାଲକାନଗିରି– ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ଵର ଶାଖା ତରଫରୁ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ସହାୟତାରେ ଏକ ୱାକାଥନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଓ ଉପ ମହାପ୍ରବନ୍ଧକ ଶଶାଙ୍କ ମହାନ୍ତି ଉପସ୍ଥିତ ରହି ସବୁଜ ପତାକା ଦେଖାଇ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଉଦଘାଟନ କରିଥିଲେ। ଏହି ସଚେତନତା ସଭାରେ ୩୫୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ସ୍ବେଛାସେବୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଯୁବ ଗୋଷ୍ଠୀ, ବ୍ୟାଙ୍କ କର୍ମଚାରୀ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ସକ୍ରିୟ ଅଂଶଗ୍ରହଣ କରି ଡି.ଏନ.କେ. ଖେଳ ପଡିଆ ଠାରେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମରେ ଅନଲାଇନ ଠକେଇ, ଅନଲାଇନ ବ୍ୟାଙ୍କିଙ୍ଗ ଏବଂ ବିତ୍ତୀୟ ସାକ୍ଷରତା ଉପରେ ଉତ୍କଳ କୁମାର ସାହୁ, ଅଗ୍ରଣୀ ଜିଲ୍ଲା ଅଧିକାରୀ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଲୋକପାତ କରିଥିଲେ। ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଚିନା ବାବୁଲା ବେହେରା, ବାଲାଜୀ ପଟ୍ଟନାୟକ ଋଣ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବାଣିଜ୍ୟ ବିଭାଗ ମୁଖ୍ୟ ଡ଼. ରଞ୍ଜନ କୁମାର ସ୍ବାଇଁ ମାଲକାନଗିରି ମହାବିଦ୍ୟାଳୟ, ମୁଖ୍ୟ ପରିଚାଳକ ଏସ. ବି.ଆଇ. ମାଲକାନଗିରି ଦେବଦତ୍ତ ସେଠୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ରିଜର୍ଭ ବ୍ୟାଙ୍କର ଭୂମିକା ଏବଂ ବ୍ୟାଙ୍କ ତରଫରୁ ବିଭିନ୍ନ ସୁବିଧା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।
ଏହି ସଭାରେ ୟୁକୋ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଓ ପନ୍ଜାବ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହି ଷ୍ଟଲ ଖୋଲିବା ସହିତ ପ୍ରତ୍ୟକ୍ଷ ସହାୟତା କରିଥିଲେ। କାର୍ଯ୍ୟକ୍ରମକୁ କଙ୍କଣ କୁମାର ବିଶ୍ଵାସ ପରିଚାଳନା କରିଥିଲେ। ଏହାପରେ ଧନ ଫାଉଣ୍ଡେସନ, ସିଏଫଏଲ ସଂଯୋଜକ ଅଗଷ୍ଟିନ ସାଇମନ ଖରା, ପରିବର୍ତ୍ତନ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ମାଲକାନଗିରି କଲେଜ ଏନସିସି ଓ କଲେଜ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ନରସିଂହ ପ୍ରସାଦ ପାଢ଼ୀ, ଏଲ ଡି ଏମ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରିଜର୍ଭ ବ୍ୟାଙ୍କ ତରଫରୁ ମ୍ୟାନେଜର ଅମିତ କୁମାର ଏବଂ ଗୁରୁପ୍ରସାଦ ଅନୁପଦୁ ଉପସ୍ଥିତ ଥିଲେ।