ଭୁବନେଶ୍ୱର – ‘ସୁସ୍ଥ ପରିବେଶ, ସୁସ୍ଥ ଜୀବନ’ ହେଉଛି ବର୍ତମାନ ସମାଜର ମୂଳ ଲକ୍ଷ୍ୟ । ବିଶ୍ୱରେ ପରିବେଶ ପ୍ରଦୂଷଣ ଉଦ୍ବେଗଜନକ ସ୍ଥିତିରେ ପହଂଚିଛି ଯାହା ସମସ୍ତ ମାନବ ସମାଜ ପାଇଁ ଚିନ୍ତାର କାରଣ । ସେଥି ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଉତର ମଣ୍ଡଳ ତରଫରୁ ନୂଆ ବର୍ଷ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଡ଼ିଷ୍ଟି୍ରକ୍ଟ ସେଂଟର, ଚନ୍ଦ୍ରଶେଖରପୁଠାରେ ଅନୁÂିତ ହୋଇଯାଇଛି । ଏଥିରେ ବିଭିନ୍ନ ଆବାସିକ କଲ୍ୟାଣ ସଂଘ, ବ୍ୟବସାୟିକ ପ୍ରତିÂାନ ଓ ସାଧାରଣ ଜନତା ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମ ଉତର ମଣ୍ଡଳର ଉପ ଆୟୁକ୍ତ ଡ଼କ୍ଟର ପ୍ରମୋଦ କୁମାର ପୃଷ୍ଟି ଯୋଗ ଦେଇ ପରିବେଶ ସଚେତନତା ସମ୍ବନ୍ଧୀୟ ଆଲୋଚନା କରିବା ସହିତ ବ୍ୟାପକ ବୃକ୍ଷରୋପଣ, ପଲିଥିନ୍ ବର୍ଜନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ବୃକ୍ଷରୋପଣ ନିମନ୍ତେ ବିନା ମୂଲ୍ୟରେ ଚାରା ବଂଟନ, ପଲିଥିନ୍ର ବିକଳ୍ପ ଭାବେ କପଡ଼ା ବ୍ୟାଗ ବଂଟନ କରାଯାଇଥିଲା । କପଡ଼ା ବ୍ୟାଗ ନେଉଥିବା ବ୍ୟକ୍ତିମାନେ ପଲିଥିନ୍ ବ୍ୟବହାର ନ କରିବା ପାଇଁ ଶପଥ ନେଇଥିଲେ । ଶେଷରେ ଉପସ୍ଥିତ ଜନସାଧାରଣଙ୍କୁ ପୁସ୍ତକ ମଧ୍ୟ ବଂଟନ କରାଯାଇଥିଲା ।
Related Stories
November 24, 2024
November 24, 2024