ଗଞ୍ଜାମ– ଗଞ୍ଜେଇ ଚାଲାଣ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ ବ୍ରହ୍ମପୁର ଏଡିଜେ-୧ ଡଃ. ଇନ୍ଦୁ ଶର୍ମା ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ସୁଜନ କୁମାର ସାହୁ ଓ ରବି ନାରାୟଣ ସାହୁ । ଦୁହିଁଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଜୋରିମାନା ଅନାଦେୟ ଆହୁରି ଏକ ବର୍ଷ ଅଧିକ ଜେଲଦଣ୍ଡରେ ଦଣ୍ଡିତ କରିବାକୁ କୋର୍ଟ ରାୟ ଦେଇଛନ୍ତି ।
Related Stories
November 23, 2024