ଭୁବନେଶ୍ୱର– ସଂସଦରେ ପ୍ରଶ୍ନ ପାଇଁ ଟଙ୍କା ନେବା ଘଟଣାରେ ଟିଏମସି ସାଂସଦ ମହୁଆ ମୈତ୍ର ଙ୍କ ସଦସ୍ୟତା ରଦ୍ଦ ହେବା ପ୍ରସଙ୍ଗରେ ପୁଣି ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ କାଠଗଡାକୁ ଟାଣିଛି ବିଜେପି । ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କାହା ସାହସରେ ମହୁଆ ମୈତ୍ର ଏପରି କରିଥିଲେ? କାହା ସହ ମିଶି କରିଥିଲେ? ଦର୍ଶନ ହିରାନନ୍ଦାନୀ ସତ୍ୟପାଠରେ ୩ ଜଣ ରାଜାନେତାଙ୍କ ନାଁ ନେଇଛନ୍ତି । ସେମାନେ ହେଲେ ରାହୁଲ ଗାନ୍ଧୀ, ଶଶି ଥରୁର ଏବଂ ପିନାକୀ ମିଶ୍ର । ଏମାନଙ୍କ ଉପରେ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ଅଛି । କାହା ପାଖକୁ ଟଙ୍କା ଯାଇଥିଲା ଏବଂ କେତେ ଟଙ୍କା ଯାଇଥିଲା? ପିନାକୀ ମିଶ୍ରଙ୍କ ପାଖକୁ ଟଙ୍କା ଆସିଥିଲା କି ନାହିଁ ସ୍ପଷ୍ଟ କରନ୍ତୁ ନିଜେ ପିନାକୀ ମିଶ୍ର । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସାଂସଦଙ୍କ ସଂପୃକ୍ତି ଅଛି କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।
Related Stories
November 23, 2024