-
ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେବି ମରଇ-ବାବା ସତ୍ୟାନନ୍ଦ ମହାରାଜ ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ବିଶ୍ୱନୟନ ଐଶ୍ୱରୀୟ ପରିଷଦ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ଠାରେ ରାଜ୍ୟ ସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆୟୋଜିତ କବି ଓ ଲେଖକ ସମାବେଶକୁ ଉଦଘାଟନ କରି ବାବା ସତ୍ୟାନନ୍ଦ ଦାସ ମହାରାଜ କହିଲେ ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେବି ମରଇ l ଅର୍ଥାତ ଯିଏ ଭଗବାନଙ୍କ ଅଶେଷ କୃପାରୁ ମଣିଷ, ପଶୁ ଓ କୀଟ ପତଙ୍ଗ ଭାବରେ ଜନ୍ମ ଲାଭ କରିଥାଏ ଏ ଧରାଧାମରେ ତାର ବିଲୀନ ବା ମୃତ୍ୟୁ ସୁନିଶ୍ଚିତ l ଏହା ଭାଗବତ ବାକ୍ୟ l ରାମାୟଣରେ ଆମେ ଯାହା ଜାଣିଛେ ଯେତେବେଳେ ରାମଚନ୍ଦ୍ରଙ୍କର ରାମାୟଣ ପର୍ବରେ କର୍ତ୍ତବ୍ୟ ସରିଯାଇଥିଲା ସେତେବେଳେ ରାମ ତାଙ୍କ କକ୍ଷରେ ବସିଥିବା ବେଳେ ହଠାତ କାଳ ଆବିର୍ଭାବ ହୋଇ କହିଲେ ହେ ରାମଚନ୍ଦ୍ର ଆପଣଙ୍କ କର୍ତ୍ତବ୍ୟ ସରିଯାଇଛି l ଆପଣ ଯଥାଶୀଘ୍ର ପ୍ରସ୍ଥାନ କରନ୍ତୁ l ଏହାହିଁ ଚିରନ୍ତନ ସତ୍ୟ ଜନ୍ମ ପରେ ମୃତ୍ୟୁ l ବିଶ୍ୱନୟନ ଆଧ୍ୟାତ୍ମିକ ପତ୍ରିକା ଦୀର୍ଘବର୍ଷ ଧରି ତାର ସଂଗ୍ରାମ ଜାରିରଖିଛି ଏକ ଆଧ୍ୟାତ୍ମିକ ଆନ୍ଦୋଳନ ପାଇଁ l ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଶାସକ ବିନୋଦ କୁମାର ପଣ୍ଡା ଯୋଗ ଦେଇ କହିଲେ ବିଶ୍ଵ ନୟନ ହେଉଛନ୍ତି ସ୍ୱୟଂ ଜଗନ୍ନାଥ l ଆଉ ବିଶେଶ୍ୱରୀ ହେଉଛନ୍ତି ମା ଭୁବନେଶ୍ୱରୀ l ଯାହାଙ୍କ ଶ୍ରୀହସ୍ତରେ ଚତୁର୍ଦଶ ଭୁବନର ଚାବିକାଠି l ସେ ଅନ୍ୟ କେହି ନୁଁହନ୍ତି ଚନ୍ଦ୍ର ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମାତା ଭୁବନେଶ୍ୱରୀ l ଯିଏକି ଶ୍ରୀମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି l ମୁଖ୍ୟ ଅତିଥିଭାବେ ମହାପାତ୍ର ସବିତା ହୋତା, ସମ୍ମାନିତ ଅତିଥିଭାବେ ଡାକ୍ତର ବିପିନ ବିହାରୀ ଖୁଣ୍ଟିଆ, ସମାଜ ସେବୀ ଚକ୍ରଧର ମହାପାତ୍ର, ମନୋଜ ରଥ ପ୍ରମୁଖ ମଂଚାସୀନ ଥିଲେ l ଅଧ୍ୟକ୍ଷତା କରିଥିଲେ ବିଶ୍ଵ ନୟନ ଐଶ୍ୱରୀୟ ପରିଷଦର ସଭାପତି ଡାକ୍ତର ସୋମ୍ୟକାନ୍ତ ପଣ୍ଡା l ପରିଷଦର ସମ୍ପାଦିକା ତୃପ୍ତି ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ବିଶେଶ୍ୱରୀ ପତ୍ରିକାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏହାକୁ ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ଅଧ୍ୟକ୍ଷତା କରିଥିଲେl ଅନ୍ୟତମ ଅତିଥି ଭାବେକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକା ଶକୁନ୍ତଳା ବଳିୟାର ସିଂ, ଡକ୍ଟର ଜୟଶ୍ରୀ ମହାପାତ୍ର, ନିର୍ମଳା ଫତେସିଂ, ପ୍ରତିମା ମିଶ୍ର, ହରପ୍ରିୟା ସାହୁ, ପ୍ରମୋଦା ଦେବୀ ପ୍ରମୁଖ ଯୋଗଦେଇ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ବିଶ୍ୱ ନୟନ ଐଶ୍ୱରୀୟ ପରିଷଦର ମୁଖପତ୍ର ବିଶ୍ୱ ନୟନ ଓ ନାରୀ ପତ୍ରିକା ବିଶେଶ୍ୱରୀ, ପ୍ରମୋଦା ଦେବୀଙ୍କ ରଚିତ ପୁସ୍ତକ ଭାରତର ସାଧୁସନ୍ଥ ଓ ତୃପ୍ତି ପଣ୍ଡାଙ୍କର ପୁସ୍ତକ ଚିତ୍ରପଟରେ ଚିତ୍ର ଲେଖା ପ୍ରମୁଖ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅନେକ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ପ୍ରସନ୍ନ ପଣ୍ଡା, ମୋହନ ମହାରଣା, ଡାକ୍ତର ତପନ କୁମାର ଦାସ, ହରପ୍ରିୟା ମିଶ୍ର, ନିବେଦିତା କର, ଶିବପ୍ରସାଦ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେl