
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶୁକ୍ଳବାର ପୁରୀ ନୀଳାଦ୍ରି ବିଚ୍ ଠାରେ ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଯୋଗୋତ୍ସବ ୨୦୨୩ ପାଳିତ ହୋଇଅଛି । ସାଂପ୍ରତିକ ସମୟରେ ଯୋଗର ଆବଶ୍ୟକତାକୁ ନେଇ ଏହି ଉତ୍ସବ ଆୟୋଜିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଧାମ ପୁରୀ ରୋଟାରୀ କ୍ଲବର ପ୍ରେସିଡ଼େଣ୍ଟ୍ ଶ୍ରୀଯୁକ୍ତ ଦେବଦତ୍ତ ଷଡଙ୍ଗୀ, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ନିରୋଗ ଶରୀର ଓ ସୁସ୍ଥ ମାନସିକତା ଲାଗି ଛାତ୍ର ଜୀବନରେ ନିୟମିତ ଯୋଗାଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ସୁପିରିୟର୍ ସିଷ୍ଟର ମେରୀ ରୋଜ୍ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସମସ୍ତ ବ୍ୟକ୍ତି ଯୋଗକୁ ନିଜର ଦୈନଦିନ ଜୀବନର ଏକ ଅଙ୍ଗଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ମେରୀ ଜର୍ଜ ଶୃଙ୍ଖଳିତ ଛାତ୍ର ଜୀବନ ପାଇଁ ଯୋଗର ବିଦ୍ୟାଳୟ ମାନଙ୍କରେ ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଇନର୍ ହୁଇଲର ସଦସ୍ୟା ଶ୍ରୀମତୀ ନିରୂପମା ଷଡଙ୍ଗୀ ଉତ୍ସବରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଯୋଗ ଉତ୍ସବକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଆକର୍ଷଣୀୟ ଯୋଗାସନ ପରିବେଷଣ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରାଇଥିଲେ ।