
ଭୁବନେଶ୍ୱର– ଲାଠୋର ଥାନା ଅନ୍ତର୍ଗତ ପିପଲ ବାହାଲରେ ଏକ ଫାର୍ମରୁ 10 ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଦାଦନ ଶ୍ରମିକମାନଙ୍କୁ ତେଲେଙ୍ଗାନା ରାଜ୍ୟକୁ ଚାଲାଣ କରିବା ପାଇଁ ତୁରେକେଲା ରେଲୱେ ଷ୍ଟେସନକୁ ନେବା ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । 10 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 2ଟି ମୋଟର ସାଇକେଲ ଜବତ ହୋଇଛି । ଜଣେ ଦାଦନ ସର୍ଦ୍ଦାରକୁ ଗିରଫ କରାଯାଇଛି । ସର୍ଦାରଜଣକ ହେଲେ ଗୈଦୀମାଲର ସତ୍ୟନାରାୟଣ ଚିରନ ଗୁଲ ।