
ଭୁବନେଶ୍ୱର– କଟକ ପିଠାପୁର ଅଞ୍ଚଳର ଏକ ଘରେ ଗ୍ୟାସ ଲିକ ହେବାରୁ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା କାରଣରୁ ତିନି ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସମସ୍ତଙ୍କୁ କଟକ ବଡ଼ ମେଡ଼ିକାଲ ପଠାଯାଇଛି। ଆଜି ସକାଳ ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ପିଠାପୁର ତାରଚାନ୍ଦପାଟଣାର ଅଲେଖ ଚନ୍ଦ୍ର ସାହୁଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘର ତିନି ଜଣ ମହିଳା ଏହି ଅଗ୍ନିକାଣ୍ଡରେ ସାମାନ୍ୟ ପୋଡ଼ି ଯାଇଥିବା ବେଳେ ସମସ୍ତଙ୍କ ଚିକିତ୍ସା ଚାଲିଛି।