କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ଚାରି ଦ୍ବାରଖୋଲିବା ସମ୍ପର୍କରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କିଛି ମତ ଦେଲେନାହିଁ |ସେ କହିଛନ୍ତି ଅଯଥାରେ କୌଣସି ପ୍ରସଙ୍ଗରେ ଉପରେ ପଡି ହସ୍ତକ୍ଷେପ କରିବା ମୋର ଅଭ୍ୟାସ ନୁହେଁ |ମୋ ଠାରୁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ,ଏପରିକି ପରିଚାଳନା କମିଟି ଅଧ୍ୟକ୍ଷ ଥିବା ଗଜପତି ମହାରାଜ ଦିବ୍ୟସିଂହ ଦେବ ବି ମୋତେ କୌଣସି ପ୍ରସଙ୍ଗରେ ଦୁରେଇ ରଖୁଛନ୍ତି | ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସଙ୍ଗରେ ମୋତେ କିଛି କୁହାଯାଇନାହିଁ କି ମୋ ସହ ପରାମର୍ଶ କରାଯାଇନି | ମୁକ୍ତି ମଣ୍ଡପର ଅଧ୍ୟକ୍ଷ ମୁଁ କୌଣସି ଧାର୍ମିକ ଜଟିଳତା ଦେଖାଦେଲେ ତାକୁ ସୁଧାରିବା ବା ସମାଧାନ କରିବା ମୁକ୍ତି ମଣ୍ଡପର କାମ | ହେଲେ ଏବେ ସେଠି କୁଆଡେ ମଦ ବୋତଲ ଆସି ପହଂଚିଲାଣି ବୋଲି ଅନେକଦିନର ନୀରବତା ପରେ ପୁରୀ ଗୋବର୍ଧନ ପୀଠ ଶଙ୍କରାଚାର୍ଯ୍ୟ ମୁହଁ ଖୋଲି କହିଛନ୍ତି | ପୁରୀ ଶ୍ରୀମନ୍ଦିର ପ୍ରଶାସନ ସମେତ ସମୁଦାୟ ଶାସନ ତନ୍ମ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି | ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମ୍ପର୍କରେ ମୋ ସହ ଗୁପ୍ତ ବା ପ୍ରକଟରେ ସରକାର କୌଣସି ଆଲୋଚନା କରି ନାହାନ୍ତି । ଶାସନତନ୍ତ୍ର ମୋ ଠାରୁ ଦୂରତା ରକ୍ଷା କରୁଛନ୍ତି, କିଛି ଜଣାଉନାହାନ୍ତି | ମୁଁ ମାଉ ବା ଖାଉ ହୋଇଥିଲେ ମୋ ସହ ସମ୍ପର୍କ ରଖୁଥାନ୍ତେ | ମୁ ତ ମାଉ ନୁହଁ କି ଖାଉ ନୁହଁ | କୌଣସି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାପାଇଁ ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଉଲ୍ଲଙ୍ଘନ କରାଯାଉଛି ବୋଲି ପୁରୀ ଗୋବର୍ଧନ ପୀଠ ଶଙ୍କରାଚାର୍ଯ୍ୟ କହିଛନ୍ତି |
Related Stories
November 22, 2024