ଭୁବନେଶ୍ୱର – ଇଂରାଜୀ ନବ ବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ଲୋକସେବା ଭବନ , ଖାରବେଳ ଭବନ ଓ କମିଶରେଟ୍ ପୋଲିସ୍ କାର୍ଯ୍ୟାଳୟ ଏବଂ ରାଜ୍ୟ ମୁଖ୍ୟ ଦପ୍ତରରେ ନିଜ ନିଜ ବିଭାଗର କର୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇବାପାଇଁ ପ୍ରବଳ ଭିଡ ଦେଖାଯାଇଥିଲା । ଏହା ବ୍ୟତୀତ ଶିଳ୍ପପତି , ରାଜନୈତିକ ବ୍ୟକ୍ତି ପ୍ରମୁଖ ସେଠାରେ ଭିଡ ଜମାଇଥିଲେ ।
ନୂଆବର୍ଷକୁ ଦେବ ଦର୍ଶନରୁ ଆରମ୍ଭ କରିବାକୁ ବହୁ ଲୋକ ଉଚିତ୍ ଭାବିଥିଲେ । ତେଣୁ ପୁରୀ ଶ୍ରୀ ମନ୍ଦିର , ମଙ୍ଗଳା ମନ୍ଦିର ସମେତ ଭୁବନେଶ୍ୱର ରାମ ମନ୍ଦିର ,ଲିଙ୍ଗରାଜ ମନ୍ଦିର ଆଦିରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ପର୍ଯ୍ୟଟନ ସ୍ଥଳୀ ଯଥା ନୁରୀ ସମୁଦ୍ରକୂଳ , କୋଣାର୍କ , ଚିଲିକା , ଖଣ୍ଡଗିରି ଓ ଉଦୟ ଗିରି ସମେତ ରାଜ୍ୟର ଅନେକାଂଶ ସ୍ଥନରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥିଲା ।
ନବବର୍ଷ ଲାଗି ଫୁଲ ଦୋକାନ ମାନଙ୍କରେ ଭିଡ ପରିଲକ୍ଷିତ ହୋଇଥିଲା । ଗୋଲାପ ଫୁଲ ସମେତ ଅନ୍ୟାନ୍ୟ ଦେଶୀ ଓ ବିଦେଶୀ ଫୁଲର ବିକ୍ରୀ ହୋଇଥିଲା । ସିଙ୍ଗଲ ଫୁଲ ସହ ଫୁଲ ତୋଡା କିଣି ଲୋକମାନେ ପ୍ରିୟ ପରିଜନ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହା ବ୍ୟତୀତ ବୁଧବାର ଦିନ ନବ ବର୍ଷ ପଡିଥିବାରୁ ଆମିଷ ଦୋକାନ ମାନଙ୍କରେ ମଧ୍ୟ ଭିଡ ଦେଖିବାକୁ ମିଳିଥିଲା । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ରେଟ୍ ଟିକେ ଚଢା ରହିଥିଲା ।