![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୪ଟାରେ ଲାଲକିଲ୍ଲାଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଭାରତୀୟ କଳା, ସ୍ଥାପତ୍ୟ ଏବଂ ଡିଜାଇନ୍ ଦ୍ବିବାର୍ଷିକ (ଆଇଏଏଡିବି) ୨୦୨୩କୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାଠାରେ ଆତ୍ମନିର୍ଭର ଭାରତ ଡିଜାଇନ୍ କେନ୍ଦ୍ର ଏବଂ ଛାତ୍ରୀ ବିନାଲେ- ସମୁନ୍ନତିକୁ ଉଦଘାଟନ କରିବେ ।
ଭେନିସ୍, ସାଓ ପାଓଲୋ, ସିଙ୍ଗାପୁର, ସିଡ୍ନିକ ଏବଂ ଶାରଜାଠାରେ ଆନ୍ତର୍ଜାତିକ ବିଏନାଲ୍ ଭଳି ଦେଶରେ ଏକ ପ୍ରମୁଖ ଆର୍ନ୍ତଜାତିକ ସାଂସ୍କୃତିକ ପଦକ୍ଷେପର ବିକାଶ ଏବଂ ଅନୁଷ୍ଠାନିକୀକରଣ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଥିଲା | ଏହି ଦୃଷ୍ଟିକୋଣ ଅନୁଯାୟୀ ସଂଗ୍ରହାଳୟଗୁଡ଼ିକର ପୁନରୁଦ୍ଧାର, ପୁନଃବ୍ରାଣ୍ଡ, ନବୀକରଣ ଏବଂ ପୁନଃ ସ୍ଥାପନ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଥିଲା | ଏହାବ୍ୟତୀତ ଭାରତର ୫ଟି ସହର ଯଥା କୋଲକାତା, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ ବାରଣାସୀରେ ସାଂସ୍କୃତିକ ସ୍ଥାନର ବିକାଶ ପାଇଁ ଘୋଷଣା କରାଯାଇଛି। ଇଣ୍ଡିଆନ୍ ଆର୍ଟ, ଆର୍କିଟେକ୍ଚର ଆଣ୍ଡ ଡିଜାଇନ ଦ୍ବିବାର୍ଷିକ(ଆଇଏଏଡିବି) ଦିଲ୍ଲୀର ସାଂସ୍କୃତିକ ସ୍ଥାନର ପରିଚୟ ଭାବରେ କାର୍ଯ୍ୟ କରିବ ।
ଡିସେମ୍ବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଆଇଏଏଡିବି ଆୟୋଜନ କରାଯାଉଛି। ନିକଟରେ ଆୟୋଜିତ ଇଣ୍ଟରନ୍ୟାସନାଲ ମ୍ୟୁଜିୟମ ଏକ୍ସପୋ (ମେ ୨୦୨୩) ଏବଂ ଫେଷ୍ଟିଭାଲ ଅଫ୍ ଲାଇବ୍ରେରୀ (ଅଗଷ୍ଟ ୨୦୨୩) ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ମଧ୍ୟ ଏହା ଅନୁସରଣ କରୁଛି । ସାଂସ୍କୃତିକ ଆଲୋଚନାକୁ ସୁଦୃଢ଼ କରିବା ପାଇଁ କଳାକାର, ଆର୍କିଟେକ୍ଟ, ଡିଜାଇନର, ଫଟୋଗ୍ରାଫର, ସଂଗ୍ରହକାରୀ, କଳା ପେସାଦାର ଏବଂ ଜନସାଧାରଣଙ୍କ ମଧ୍ୟରେ ଏକ ସାମଗ୍ରିକ ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ ଆଇଏଏଡିବି ଡିଜାଇନ୍ କରାଯାଇଛି | ଏହା ବିକଶିତ ଅର୍ଥନୀତିର ଅଂଶ ଭାବରେ କଳା, ସ୍ଥାପତ୍ୟ ଏବଂ ଡିଜାଇନର ନିର୍ମାତାଙ୍କ ସହିତ ସମ୍ପ୍ରସାରଣ ଏବଂ ସହଯୋଗ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିବ ।