ନୂଆଦିଲ୍ଲୀ, ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମିତ୍ରଙ୍କ ସହ ସମ୍ବନ୍ଧିତ ଆଚାର କମିଟି ରିପୋର୍ଟ ଶୁକ୍ରବାର ଦିନ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା । ବିରୋଧୀଙ୍କ ଦାବି ପରେ ଲୋକସଭା ଅଧ୍ୟକ୍ଷ ସମ୍ ବିର୍ଲା ଏହି ରିପୋର୍ଟ ଉପରେ ଚର୍ଚ୍ଚା ନିମନ୍ତେ ଅଧଘଣ୍ଟା ସମୟ ନିର୍ଦ୍ଧାରଣ କରିଥିଲେ, ଯାହାକୁ ପର୍ଯ୍ୟାପ୍ତ ନୁହେଁ ବୋଲି ବିରୋଧୀ କହିଥିଲେ । ରିପୋର୍ଟ ଅଧ୍ୟୟନ ନିମନ୍ତେ କଂଗ୍ରେସ ତିନିରୁ ଚାରି ଦିନ ସମୟ ମାଗିଛି ।
ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଆଚାର ସମିତି ରିପୋର୍ଟ ବହୁତ ଲମ୍ବା ଅଟେ । ତେଣୁ ଏହି ପ୍ରସଙ୍ଗ ଉପରେ ଏବେ କୌଣସି ନିଷ୍ପତ୍ତି ନିଆନଯାଉ ବୋଲି ସେ ଲୋକସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି ।