ନୂଆଦିଲ୍ଲୀ– କେନ୍ଦ୍ର ସରକାର ପିଆଜ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ନିମନ୍ତେ କଡ଼ା ପଦକ୍ଷେପ ନେଇଛନ୍ତି । ସରକାର ଘରୋଇ ଉପଲବ୍ଧତା ବଢାଇବା ଏବଂ ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ପିଆଜର ରପ୍ତାନୀ ଉପରେ ୩୧ ମାର୍ଚ୍ଚ, ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ।
ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଜାରି ହୋଇଥିବା ଅଧିସୂଚନାରେ ଏହି ସୂଚନା ଦିଆଯାଇଛି । ଡିଜିଏଫଟି ପକ୍ଷରୁ ଜାରି ହୋଇଥିବା ଅଧିସୂଚନାରେ କୁହାଯାଇଛି ଯେ, ପିଆଜ ରପ୍ତାନୀର ନୀତିକୁ ୩୧ ମାର୍ଚ୍ଚ, ୨୦୨୪ ପର୍ଯ୍ୟନ୍ତ ମୁକ୍ତରୁ ପ୍ରତିବନ୍ଧିତ ଶ୍ରେଣୀଭୁକ୍ତ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତମାନ ଘରୋଇ ବଜାରରେ ପିଆଜର ଖୁଚୁରା ମୂଲ୍ୟ କେଜି ପ୍ରତି ୬୦ରୁ ୬୫ ଟଙ୍କା ରହିଛି ।