ନୂଆଦିଲ୍ଲୀ,ଚନ୍ଦ୍ରବାବୁ ନାଇଡୁଙ୍କ ଆନ୍ଧ୍ରପ୍ରଦେଶ କୌଶଳ ବିକାଶ ଘୋଟାଲା ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲା ଉପରେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ 19 ତାରିଖରେ ହେବ ।
ଆନ୍ଧ୍ରପ୍ରଦେଶ ସରକାରଙ୍କ ପିଟିସନ ଉପରେ ଶୁଣାଣି କରି ଚନ୍ଦ୍ରବାବୁ ନାଇଡୁଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାଜ୍ୟ ସରକାର । ନଭେମ୍ବର 20ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ ପ୍ରଦାନ କରିଥିଲେ ।