ନୂଆଦିଲ୍ଲୀ– ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି । ରାଜସ୍ଥାନ ବିଧାନସଭା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିନୋଦ ତାବଡେ ଏବଂ ସରୋଜ ପାଣ୍ଡେଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ମଧ୍ୟପ୍ରଦେଶ ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ. ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସେହିପରି ଛତିଶଗଡ଼ ପାଇଁ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୋୱାଲ ଏବଂ ଦୁଶ୍ଵନ୍ତ ଗୌତମଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା ସହିତ ଏବେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ମଧ୍ୟ ରବିବାର ସୁଦ୍ଧା ହୋଇପାରେ । କୁହାଯାଉଛି ଯେ, ତିନି ରାଜ୍ୟରେ ଶନିବାର-ରବିବାର ଦିନ ବିଧାୟକ ଦଳ ବୈଠକ ଡକା ଯାଇପାରେ ।