
ଭୁବନେଶ୍ୱର– ଆସନ୍ତା ୧୦ ତାରିଖ ଦିନ ଭୁବନେଶ୍ୱରଠାରେ ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । ସାଂପ୍ରତିକ ରାଜନୈତିକ ପରିସ୍ଥିତି, ମୋଦି ସରକାରଙ୍କ ବିଭିନ୍ନ ମହିଳାକଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ, ରାଜ୍ୟରେ ଅସୁରକ୍ଷିତ ମହିଳା, ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଚରଣ ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ସୂଚନା ଦେଇଛନ୍ତି ।