ଭୁବନେଶ୍ୱର – ନୂଆବର୍ଷରେ ନୂଆ ସଂକଳ୍ପ ନେଇଛି କଂଗ୍ରେସ । ଭାରତ ବଂଚାଅ , ସମ୍ବିଧାନ ବଂଚାଅ ଆନେ୍ଦାଳନକୁ ଜୋରଦାର କରାଯିବ । ନାରୀ ର ସୁରକ୍ଷା ଓ ଦେଶର ଅର୍ଥନୀତି ସମ୍ପର୍କରେ ଲୋକଙ୍କ ପାଖକୁ ଯାଇ ବୁଝାଇବାକୁ ହେବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତିି ।
ଅନ୍ୟପକ୍ଷରେ ବରିÂ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ଓଡିଶା କଳଙ୍କ ମୁକ୍ତ ହେବ । ଏହି ଭାବନା ସମସ୍ତଙ୍କ ମନରେ ଜାଗ୍ରତ ହେଉ । ୨୦୨୦ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଅଧିକ ସଶକ୍ତ କରିବାଆମ ପାଇଁ ଚ୍ୟାଲେଂଜ ହେବ । ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ଯେ ମାଟ୍ରିକ ଓ ଯୁକ୍ତ ପରୀକ୍ଷା କିଭଳି ତ୍ରୁଟି ମୁକ୍ତ ହେବ ତାହା ଆମ ପାଇଁ ଚ୍ୟାଲେଂଜ ହେବ ।
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବାପାଇଁ ଯେଉଁ ନୂଆ ନିୟମ ଆସିଛି ତାର କାର୍ଯ୍ୟକାରୀତା ଆମ ପାଇଁ ଆହ୍ୱାନ ହେବ ।