ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବିଧାନ ସହିତ ଯୋଡ଼ିଥିବା ଉଦ୍ବୋଧନର ସଂକଳନ ‘ନୟା ଭାରତକା ସାମବେଦ’ ନାମକ ପୁସ୍ତକର ଗୁରୁବାର ଦିନ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପଣ କରିବେ । ପ୍ରଭାତ ପ୍ରକାଶନ ପକ୍ଷରୁ ଏହାର ସଂକଳନ କରାଯାଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ କଳାକେନ୍ଦ୍ରରେ ହେବାକୁ ଥିବା ଲୋକାର୍ପଣ କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦଙ୍କ ବ୍ୟତୀତ ଇନ୍ଦିରା ଗାନ୍ଧୀ କଳା କେନ୍ଦ୍ରର ଅଧ୍ୟକ୍ଷ ତଥା ହିନ୍ଦୁସ୍ଥାନ ସମାଚାରର ସମୂହ ସମ୍ପାଦକ ରାମ ବାହାଦୂର ରାୟ ଏବଂ କେନ୍ଦ୍ରୀୟ ବିଦେଶ ଏବଂ ସଂସ୍କୃତି ରାଜ୍ୟମନ୍ତ୍ରୀ ମୀନାକ୍ଷୀ ଲେଖି ସାମିଲ ହେବେ ।