-
ବ୍ୟବସାୟୀଙ୍କ ସହ କେବଳ ଘରୋଇ ସଂପର୍କ ଅଛି : ଯୋଗେଶ ସିଂ
ଭୁବନେଶ୍ୱର– ସୁନ୍ଦରଗଡ଼ ରେ ଆଇଟି ରେଡ୍ ଘଟଣାକୁ ରେ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସଂପୃକ୍ତି ଥିବା ଅଭିଯୋଗ ଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । କୁସୁମ କହିଛନ୍ତି ପ୍ରଥମେ ମଦଭାଟି ଯୋଗେଶଙ୍କ ମାଆଙ୍କ ନାଁରେ ଥିଲା । ଏବେ କିନ୍ତୁ ଅଲଗା ନାଁ ବାହାରୁଛି । ପରିବର୍ତନ କରିଥାଇପାରନ୍ତି । ବେଆଇନ ମଦଭାଟି ଚାଲିଥିବା ଅନେକ ଥର ଗୃହରେ କହିଛି । କିନ୍ତୁ ମୋ ଅଭିଯୋଗକୁ ସରକାର ଶୁଣିଲେନି ବୋଲି କହିଛନ୍ତି ବିଧାୟିକା କୁସୁମ ଟେଟେ ।
ଅନ୍ୟପକ୍ଷରେ କୁସୁମ ଟେଟେଙ୍କ ଅଭିଯୋଗକୁ ପୂର୍ବତନ ବିଧାୟକ ଯୋଗେଶ ସିଂ ଖଣ୍ଡନ କରିବା ସହ କୌଣସି ଲିଙ୍କ୍ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ମୋର ମଦଭାଟି ନାହିଁ, ବ୍ୟବସାୟୀଙ୍କ ସହ କେବଳ ଘରୋଇ ସଂପର୍କ ରହିଥିଲେ । ସଂପର୍କ ରହିଲେ କଣ ପାର୍ଟନର ହୋଇଗଲି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଯୋଗେଶ । ବିଧାୟିକା ଏଭଳି ସିଧା ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ । ବିଧାୟିକା ଏଥିରୁ ନିବୃତ ରହିବା ଦରକାର, ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ଯୋଗେଶ ସିଂ କହିଛନ୍ତି ।
ସୂଚନାଯୋଗ୍ୟଯେ ରାଜ୍ୟର ୬ଟି ସ୍ଥାନରେ ଆୟକର ଟିମ୍ ପକ୍ଷରୁ ଚଢଉ ଚାଲିଛି । ଭୁବନେଶ୍ୱର, ସମ୍ବଲପୁର, ଟିଟିଲାଗଡ, ବୌଦ୍ଧ, ସୁନ୍ଦରଗଡ ଓ ବଲାଙ୍ଗିରରେ ରେଡ୍ ହେଉଛି । ଗତକାଲି ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ହୋଇଥିଲା । ଗତାକାଲି ଆଇଟି ରେଡ୍ ହୋଇଥିବା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ପାର୍ଟନରସିପ୍ ଫାର୍ମ ହେଉଛି ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ । ବଲାଙ୍ଗିର ସହର ସୁଦପଡା ମଦଭାଟି ଏବଂ ଟିଟିଲାଗଡ଼ ସହରର ଦୁଇ ମଦ ବ୍ୟବସାୟୀଙ୍କ ଘରେ ଏକାକାଳୀନ ଚଢ଼ଉ କରିଥିଲା ଆୟକର ବିଭାଗ । ଗତକାଲି ବଲାଙ୍ଗିରରେ ମଦ କଂପାନୀ ଉପରେ ଚଢଉ ବେଳେ ପ୍ରାୟ ଦେଢ ଶହ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି ।