
ବଲାଙ୍ଗିର– ମାଥନପଲା ବନ ସୁରକ୍ଷା ସମିତିର ପାରମ୍ପାରିକ ବୈଦ୍ୟ କବୀରାଜ ତିର୍ଥ ଗଡ଼ତିଆ ଏବଂ ବଲାଙ୍ଗୀର ବନ ବିଭାଗ ଅନ୍ତର୍ଗତ ଟିଟିଲାଗଡ ଏଫଏମୟୁ, କୁମୁଡିପଦର ଭିଏସଏର ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ନିକଟରେ ଡିସେମ୍ବର ୫ ରୁ ୧୧ ତାରିଖ ଭୁବନେଶ୍ଵରରୁ ଷୋଡଶ ରାଜ୍ୟ ସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୩-୨୪ ରେ ଅଂଶଗ୍ରହଣ କରିଛନ୍ତି।
ଏହି ମେଳାରେ ଶ୍ରୀ ଗଡ଼ତିଆ ହର୍ବାଲ ଅଭ୍ୟାସ ତଥା ବିଭିନ୍ନ ରୋଗ ପାଇଁ ପାରମ୍ପାରିକ ଭାରତୀୟ ଚିକିତ୍ସା ଉପରେ ଏକ ଷ୍ଟଲ ପ୍ରଦର୍ଶନ କରି ହର୍ବାଲ ଔଷଧର ଉପକାରିତା ଉପରେ ଗୁରୁତ୍ଵାରୋପ କରିଥିଲେ। ସେ ବହୁ ପରିଦର୍ଶକଙ୍କୁ ପରାମର୍ଶ ଏବଂ ଚିକିତ୍ସା ଯୋଗାଇ ହର୍ବାଲ ଔଷଧ ବିତରଣ କରିଥିଲେ। ପ୍ରଦର୍ଶନୀରେ ଶ୍ରୀ ଗଡ଼ତିଆ ୬୦.୫ କିଲୋଗ୍ରାମ ହର୍ବାଲ ଔଷଧ, ୧୦୦ ଥାଲକୁଡି ବିହନ, ୧୦୦ ଭୃଙ୍ଗରାଜ ବିହନ, ୨୦୦ ହାଡସିଙ୍କଲା ଉଦ୍ଭିଦ ଏବଂ ୨୦ ଟି ଇନସୁଲିନ ଉଦ୍ଭିଦ ପ୍ରଦର୍ଶନ କରିଥିଲେ। ଏଥିସହ, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ, ରାଗି, ହଳଦୀ, ଆରିସା ପିଠା, ବଡି, ଡାଲି, ଭର୍ମିକମ୍ପୋଷ୍ଟ, ସୋରିଷ ବିହନ, ଧୂପକାଠି ଇତ୍ୟାଦି ଉତ୍ପାଦ ପ୍ରଦର୍ଶିତ କରିଥିଲେ। ମୋଟ ୯,୪୦୦ ମୂଲ୍ୟର ହର୍ବାଲ ଔଷଧ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଉତ୍ପାଦ, ଏବଂ ୫୨ ରୋଗୀ ମାତ୍ର ଦୁଇ ଦିନ ମଧ୍ୟରେ ଶ୍ରୀ ଗଡ଼ତିଆଙ୍କ ସହିତ ପରାମର୍ଶ କରିଥିଲେ।