
ଭୁବନେଶ୍ୱର – ବାତ୍ୟା ମିଗଜୋମ ଜନିତ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ବିଧାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବର୍ଷା ଯୋଗୁଁ ଲୋଇସିଂହା ନିର୍ବାଚନମଣ୍ଡଳୀର ବିଭିନ୍ନ ବ୍ଲକ ଯଥା ଆଗଲପୁର, ଲୋଇସିଂହା ଓ ପୁଇଁତଳା ବ୍ଲକ୍ ଅଂଚଳରେ ଫସଲ କ୍ଷତି ହୋଇଛି । ତେଣୁ କ୍ଷୟ କ୍ଷତି ହୋଇଥିବା ଫସଲର ତୁରନ୍ତ ଆକଳନ କରି ଚାଷୀମାନଙ୍କୁ ସରକାରୀ ସାହାଯ୍ୟ ଯୋଗେଇବା ସହ ଫସଲ ବିକ୍ରିରେ ଚାଷୀ ଯେପରି ଉପଯୁକ୍ତ ମୂଲ୍ୟ ପାଇ ପାରିବ ସେଥିପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଙ୍କୁ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି ଶ୍ରୀ ମହାଲିଙ୍ଗ ।