କନ୍ଧମାଳ– କନ୍ଧମାଳରେ ଆରମ୍ଭ ହୋଇଛି ୭୦ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ । ଫୁଲବାଣୀ କରୋନେସନ ପଡ଼ିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆନୁଷ୍ଠାନିକ ଭାବେ ପତାକା ଉତୋଳନ କରି ଉଦଘାଟନ କରିଛନ୍ତି। ତାଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ, ଫୁଲବାଣୀ ବିଧାୟକ ଅଙ୍ଗଦ କଂହର, ରାଜ୍ୟ ଭଲିବଲ ସମ୍ପାଦକ ଗଗନେନ୍ଦୁ ଦାସ ଓ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଓ ରାଜ୍ୟ ଭଲିବଲ ସଂଘର କାର୍ଯ୍ୟକାରୀ ସଭାପତି ଯୋଗ ଦେଇଥିଲେ। ଏଥିରେ ମୋଟ ୩୦ ଟି ଜିଲ୍ଲାରୁ ୩୧ ଟି ଟିମ ଭାଗ ନେଇଛନ୍ତି, ସେଥିରୁ ଫୁଲବାଣୀ ରେ ୧୯ଟି ଦଳ, ବାଲିଗୁଡାରେ ୬ ଟି ଦଳ ଓ ରାଇକିଆ ଠାରେ ୬ ଟି ଦଳ ଖେଳିବେ। କନ୍ଧମାଳର ୩ ଟି ଜାଗାରେ ଫୁଲବାଣୀ, ବାଲିଗୁଡା ଓ ରାଇକିଆ ଠାରେ ଦିବା ରାତ୍ର ମ୍ୟାଚ ଅନୁଷ୍ଠିତ ହେବ। ଏହାଛଡା ମହିଳା ଭଲିବଲ ଟୁର୍ନାମେଣ୍ଟ ବୌଦ୍ଧ ଠାରେ ଖେଳାଯିବ ଓ ୧୫ଟି ଦଳ ଏଥିରେ ଯୋଗଦେବେ।
କନ୍ଧମାଳର ପ୍ରିୟ ଢ଼ାବା ଭଳିବଲକୁ ସାଂସଦଙ୍କ ପରାମର୍ଶ ରେ ୧୨ଟି ଢ଼ାବା ଭଳିବଲ ଟିମ କୁ ନେଇ ଦାରିଙ୍ଗବାଡି ଠାରେ ଆୟୋଜନ କରାଯାଇଛି। ଏହି ଖେଳ ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।