କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବ୍ରହ୍ମଗିରିରେ ଜଳସେଚନ, ଜଳନିଷ୍କାସନ ଓ ମତ୍ସ୍ୟ ଚାଷ ପାଇଁ ସ୍ୱତନ୍ତ୍ର ଡ୍ରେନେଜ ବ୍ୟବସ୍ଥା କରିଥିବାରୁ ପୁରୀ ଠାରେ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବ୍ରହ୍ମଗିରି ବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ପ୍ରକଳ୍ପର ମୂଲ୍ୟ – 1650.69 ଲକ୍ଷ ଟଙ୍କା
ନାଳର ଦୈର୍ଘ୍ୟ – ଜଗନ୍ନାଥ ପୁର ଠାରୁ ଚିଲିକା 3 କିଲୋମିଟର, କଙ୍କଡ଼ାଦିପ ଠାରୁ ଚିଲିକା 3 କିଲୋମିଟର ଏବଂ ମାଛିଆଦିଆଣ୍ଡି ଠାରୁ ଚିଲିକା 2.5 କିଲୋମିଟର । ଏହି ପ୍ରକଳ୍ପ ଦ୍ଵାରା ପ୍ରାୟ 30 ହଜାରରୁ ଉର୍ଦ୍ଧ୍ଵ ଚାଷୀ ଓ ମତ୍ସ୍ୟଜୀବୀ ଉପକୃତ ହେବେ।
ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦାଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି କେଦାର ଜେନା, ବ୍ରହ୍ମଗିରି ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ ଏବଂ ଯୁବ ନେତା ବିଜୟ ଦଳେଇ, କୁସୁବେଣ୍ଟି ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।