-
ଓଡ଼ିଶା ଦଳ “ପୁମ୍ ସି ଇଭେଣ୍ଟ”ରେ ଚମ୍ପିୟାନ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ୧ ଡିସେମ୍ବର ୨୦୨୩ ରୁ ୦୩ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ରାଜ୍ୟର ଡେରାଡୁନ ଠାରେ ଆୟୋଜିତ ହୋଇ ଥିବା ଜାତୀୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ରେ, ଓଡ଼ିଶା ଦଳ “ପୁମ୍ ସି ଇଭେଣ୍ଟ”ରେ ଚମ୍ପିୟାନ ହେବା ସହ “କିରୋଗି ଇଭେଣ୍ଟ “ରେ Runner-up ହୋଇ ଓଡ଼ିଶା ର ସୁନାମ ଅର୍ଜନ କରିଥିଲେ।
ବହୁ ଆର୍ଥିକ ବାଧାବିଘ୍ନ ଓ ସଂଘର୍ଷ କୁ ସାମ୍ନା କରି ମଧ୍ୟ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର କ୍ରୀଡାବିତ୍ ମାନେ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ନିଜର ଉତ୍ତମ ପ୍ରଦର୍ଶନ ଦେଖାଇ, ଡେରାଡୁନ ଠାରେ ଚାଲିଥିବା ଜାତୀୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ରେ ନିଜ କୁ ଅଂଶ ଗ୍ରହଣ କରିବାରେ ସକ୍ଷମ ହୋଇଥିଲେ।
ଡେରାଡୁନ ଠାରେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଇ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର କ୍ରୀଡାବିତ୍ ମାନେ ତଥା ଅପର୍ଣ୍ଣା ସାହୁ, ପ୍ରୀୟାଂଶୁ ସ୍ୱାଇଁ , ଶୁଭମ୍ ମହାପାତ୍ର, ଦିବ୍ୟା ସାହୁ, ଆର. ସିଦ୍ଧାର୍ଥ ରେଡ୍ଡୀ, ଲକ୍ଷ୍ମୀପ୍ରିୟା ମୁଣ୍ଡା, ଡି. ଅର୍ପିତା ରେଡ୍ଡୀ ଓ ବିନାୟକ ସାହୁ ସମେତ ,୭ ସ୍ଵର୍ଣ୍ଣ , ୨ ରୌପ୍ୟ ଓ ୪ କାଂସ୍ୟ ପଦକ ହାସଲ କରି, ଓଡ଼ିଶା ଦଳ କୁ ପୁମ୍-ସି ଇଭେଣ୍ଟରେ ଚମ୍ପିୟାନ ଓ କୀରୋଗି ଇଭେଣ୍ଟ ରେ Runner-up କରାଇବାରେ ସମର୍ଥ ହୋଇଛନ୍ତି ।
ଏହି କ୍ରୀଡା ର ବିକାଶ ପଥରେ ଯଦି ସରକାରଙ୍କ କିଛି ସାହାର୍ଯ୍ୟ ମିଳନ୍ତା ତେବେ, ଏହି କ୍ରୀଡାବିତ୍ ମାନେ ଏହି କ୍ରୀଡା ରେ ନିଜର ସୁନାମ ଅର୍ଜନ କରିବା ସହ, ନିଜ ରାଜ୍ୟ ତଥା ନିଜ ଦେଶ ପାଇଁ ମଧ୍ୟ ଗୌରବ ଅର୍ଜନ କରି ପାରିବେ ବୋଲି ମୁଖ୍ୟ କୋଚ୍ ଶ୍ରୀ ବିଶ୍ଵନାଥ ନାୟକ ମତବ୍ୟକ୍ତ କରିଛନ୍ତି।