
ଭୁବନେଶ୍ୱର, ଡକ୍ଟର ବି.ଆର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସମ୍ବିଧାନର ମୁଖ୍ୟ ଶିଳ୍ପକାର, ଶୋଷିତ ବଞ୍ଚିତଙ୍କ ପାଇଁ ସାରା ଜୀବନ ସଂଘର୍ଷରତ ମହାନ ବିଚାରକ, ଭାରତ ରତ୍ନ ବାବା ସାହେବ ଡକ୍ଟର ଭୀମାରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ତାଙ୍କୁ କୋଟି କୋଟି ପ୍ରଣାମ । ସାମାଜିକ ସମାନତା ଓ ସମାଜକୁ ଶିକ୍ଷିତ କରିବା ପାଇଁ ତାଙ୍କର ପ୍ରୟାସ ସମସ୍ତ ଭାରତୀୟଙ୍କୁ ସର୍ବଦା ପ୍ରେରଣା ଦେବ ।