ନୂଆଦିଲ୍ଲୀ, ଆଇଏନଡିଏ ମେଣ୍ଟକୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିଶାନା । କହିଲେ ଏମାନଙ୍କ ନେତାମାନେ ସନାତନ ଧର୍ମ, ହିନ୍ଦୁ ଓ ହିନ୍ଦୀ ଭାଷାର ଲୋକଙ୍କ ବିରୋଧରେ ଦେଉଥିବା ବୟାନ ସୁନିୟୋଜିତ ଷଡଯନ୍ତ୍ର ଅଟେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ଦେବାକୁ ଉଦ୍ୟମ କରୁଛନ୍ତି । ସବକା ସାଥ୍, ସବକା ବିକାଶର ମୂଳତନ୍ତ୍ର ସହିତ ସରକାର ଚଳାଉଛନ୍ତି । ଏବଂ ବିରୋଧୀ ହିନ୍ଦୁ ଏବଂ ସନାତନ ଧର୍ମକୁ ଘୃଣା କରି ଅଭଦ୍ର ଭାଷାର ବ୍ୟବହାର କରୁଛନ୍ତି ।
ଅନୁରାଗ ଠାକୁର କହିଛନ୍ତି ପରାଜୟ ପରେ ଦୁର୍ବ୍ୟବହାର କରିବା ସ୍ତରକୁ ଓହ୍ଲାଇ ଆସିଛି କଂଗ୍ରେସ । ଦେଶର ସଂସ୍କୃତି ଓ ପରିଚୟକୁ ମୂଳପୋଛ କରିବାକୁ ଷଡଯନ୍ତ୍ର କରୁଛନ୍ତି । କିଛି ଲୋକ ଛୋଟ ଛୋଟ ଗ୍ୟାଙ୍ଗ ସହ ଠିଆ ହୋଇଛନ୍ତି । କିନ୍ତୁ ବିଜେପି ଦେଶର ବଟନ୍ ଦେବ ନାହିଁ । କଂଗ୍ରେସ ଓ ତାର ଗର୍ବି ମେଣ୍ଟର ବିଚାର ହିନ୍ଦୁତ୍ୱ ଓ ସନାତନ ଧର୍ମର ଅପମାନ କରିବା ବୋଲି ଅନୁରାଗ ଠାକୁର କହିଛନ୍ତି ।