ରାଉରକେଲା– ରାଉରକେଲା ବରିଷ୍ଠ କଂଗ୍ରେସ ନେତା ଉମେଶ ଶରଣଙ୍କ ଉପରେ ରାଜ୍ୟ କଂଗ୍ରେସ ପକ୍ଷରୁ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି । ଏନେଇ ରାଜ୍ୟ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏକ ଆଦେଶ ନାମାରେ ପ୍ରକାଶ କରିଛନ୍ତି । ଚଳିତ ମାସ ୩ ତାରିଖରେ ହୋଇଥିବା ଆଦେଶ ନାମାରୁ ଏହା ଜଣାପଡିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ମାସ ତଳେ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମିଟିଂ ଚାଲିଥିବା ବେଳେ ବରିଷ୍ଠ ନେତା ସାବିର ହୁସେନ ଓ ଉମେଶ ଶରଣଙ୍କ ମଧ୍ୟରେ ବାଡାବାଡି ହୋଇଥିଲା । ଏହି ଘଟଣାରେ ଉମେଶ ଶରଣଙ୍କୁ ସସପେଣ୍ଡ କରାଯାଇଥିଲା ।
ଏହାଭିତରେ ଉଭୟ ନେତାଙ୍କ ମଧ୍ୟରେ ମିଳାମିଶା ହୋଇସାରିଥିଲା । ନୁତନ ସଭାପତି ରଶ୍ମି ରଂଜନ ପାଢୀ ଏନେଇ ରାଜ୍ୟ ସଭାପତିଙ୍କୁ ଜଣାଇବା ପରେ ଶ୍ରୀ ଶରଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି ।