ଭୁବନେଶ୍ୱର– ଯଶିପୁର ବିଇଓ ସସପେଣ୍ଡ । ଯଶିପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଳ ଚନ୍ଦ୍ର ସିଂଙ୍କୁ ନିଲମ୍ବନ କଲେ ଶିକ୍ଷା ସଚିବ ଏସ ଆଶ୍ୱତୀ । ଏନେଇ ସୂଚନା ଦେଇଛନ୍ତି ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ ।
ବିଇଓଙ୍କ ନାଁରେ ବିଭିନ୍ନ ପ୍ରକାରର ଅଭିଯୋଗ ଥିଲା । ଏ ନେଇ ନିଜେ ଶିକ୍ଷା ସଚିବ ଯଶିପୁର ଗସ୍ତ କରି ତଦନ୍ତ କରି ଫେରିଥିଲେ । ବେଆଇନ ଭାବରେ ଶିକ୍ଷକମାନଙ୍କ ବଦଳି କରୁଥିବାର ଅଭିଯୋଗ ଥିଲା ଯଶିପୁର ବିଇଓ ନାଁରେ। ଏମିତି କି ଗୋଟିଏ ମାସ ମଧ୍ୟରେ ୬ ଥର ବଦଳି କରିଥିବାର ଅଭିଯୋଗ ଥିଲା । ବିନା ଅନୁମତିରେ ଶିକ୍ଷକମାନଙ୍କ ବଦଳି କରୁଥିଲେ ବିଇଓ ।