ଭୁବନେଶ୍ୱର– ନିକଟରେ ନୂଆଦିଲ୍ଲୀଠାରେ ସମାପ୍ତ ହୋଇଥିବା ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଓଡିଶାକୁ ୧୪ଟି ସ୍ୱର୍ଣ୍ଣ, ୧୧ଟି ରୈାପ୍ୟ ଏବଂ ୧୦ଟି କାଂସ୍ୟ ପଦକ ସହ ମୋଟ ୩୫ଟି ପଦକ ମିଳିଛି ।
ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମଠାରେ ଗତ ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି ସର୍ବଭାରତୀୟ ପ୍ରତିଯୋଗିତା ଡିସେମ୍ବର ୩ ତାରିଖରେ ସମାପ୍ତ ହୋଇଥିଲା । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୦୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ କିକ୍ ବକ୍ସିଂ, ତାଇକୋଣ୍ଡ, ଡାର୍ଟ୍ସ, ଯୋଗ, ଆତ୍ମରକ୍ଷା, ସିଲାମ୍ବନ ଭଳି ଖେଳରେ ଅଂଶଗ୍ରହଣ କରିଥିଲେ । ଓଡିଶାରୁ ୩୫ ଜଣ ପ୍ରତିଯୋଗୀ କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । କିକ୍ ବକ୍ସିଂ “ଫାଇଟ୍ସ”ରେ ଦିବ୍ୟାଂଶୀ ବିଶ୍ୱଜିତ ମହାନ୍ତି, ଆର୍ଶୀବାଦ ପଟ୍ଟନାୟକ, ସ୍ମୃତି ରଞ୍ଜନ ମାନସିଂହ, ବିଶ୍ୱଜିତ ପାଣି, ସକ୍ଷମ ସିଂହ, ଆୟୁଷ୍ମାନ ପରିଡା, ପ୍ରତିଜ୍ଞା ପ୍ରିୟଦର୍ଶିନୀ ବେହେରା, ରାହୁଲ ଘଦେଇ, ଆଶୁତୋଷ ମହାରଣା, ସନ୍ତୋଷ ଦାସ, ଆଶିଷ ସାମନ୍ତ, ସୁଜୈନ ଇସଲାମ୍, ଅନୁଶ୍ରୀ ଆଶ୍ରିତ ପ୍ରମୁଖ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି “ମ୍ୟୁଜିକାଲ ଫର୍ମ”ରେ ୪ଟି ସ୍ୱର୍ଣ୍ଣ, ୨ଟି ରୈାପ୍ୟ ଏବଂ ୫ଟି କାଂସ୍ୟ ପଦକ ହାସଲ କରି ଓଡିଶା ପଦକ ତାଲିକାରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହି ପ୍ରତିନିଧି ଦଳର ମ୍ୟାନେଜର ଭାବେ ଅମ୍ବୁଜ କୁମାର ସାମନ୍ତ ଓ ଦିଲୀପ କୁମାର ସାହୁ, ପ୍ରଶିକ୍ଷକ ଭାବେ ରମାକାନ୍ତ ସାମନ୍ତରାୟ ଓ ତାନ୍ୟା ଶ୍ରୀବାସ୍ତବ, ଟେକ୍ନିକାଲ ଅଫିସିଆଲ ଭାବେ ଯୁବରାଜ ହରିଚନ୍ଦନ, ଉଦୟନାଥ ରାଉତ ଏବଂ ସାଜ୍ଞାନ ମିଶ୍ର ସାମିଲ ଥିଲେ ବୋଲି ଜାତୀୟ କିକ୍ ବକ୍ସିଂ ଫେଡେରେସନ – ଆଇଏକେଓ ର ସେକ୍ରେଟାରୀ ଜେନେରାଲ ମାଷ୍ଟର ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଗତ କାଲି ଏହି ପ୍ରତିଯୋଗୀମାନେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଛନ୍ତି । ରେଳଷ୍ଟେସନରେ ଶୁଭେଚ୍ଛୁ, ବନ୍ଧୁଜନ ଏବଂ ପରିବାର ସଦସ୍ୟମାନେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇ ସ୍ୱାଗତ କରିଥିଲେ ।