
ମାଲକାନଗିରି– ଶିକ୍ଷାର୍ଥୀଟି ପୋଥିଗତ ଜ୍ଞାନ ଠାରୁ ଅଧିକ ତାର ଅନୁଭବ ଓ ଅନୁଭୂତିରୁ ହିଁ ଶିଖି ଥାଏ । ଏହି କ୍ରମରେ ଗତକାଲି ଖଇରପୁଟ ବିଦ୍ୟାଳୟର ଦଶମ ଶ୍ରେଣୀର (ପଣ୍ୟ ଦ୍ରବ୍ୟ ଓ ନଗଦ ପରିଚାଳନା ବିଭାଗ) ର ଶିକ୍ଷାର୍ଥୀଙ୍କ ବାଣିଜ୍ୟକ ପ୍ରତ୍ୟକ୍ଷ ଜ୍ଞାନ ହାସଲ ନିମନ୍ତେ ଏକ ପରିଭ୍ରମଣ ଅନୁଷ୍ଠିତ ହୋଇଥିଲା । ପାଖ ଛୋଟିଆ ସହର ଗୋବିନ୍ଦପାଲ୍ଲୀରେ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଏସ ଆର ହାଡୱେର ଏଣ୍ଡ ଇଲେକ୍ଟ୍ରିକଲସ, ସମହାର ମାର୍ଟ୍ସ ଏବଂ ଆପ୍ପାରାଓ କ୍ଳଥ ଷ୍ଟୋର ବୁଲି ଦେଖିଥିଲେ ।
ଏହି କାର୍ଯ୍ୟକ୍ରମରେ ତିନି ପ୍ରତିଷ୍ଠାନର ପ୍ରତିଷ୍ଠାତା ମହେନ୍ଦ୍ର ପାଣିଗ୍ରାହୀ, ସୁଶ୍ରୀ ମନସ୍ବିନୀ ମହାପାତ୍ର ଏବଂ ଏ. ତେଜଶ୍ଵର ରାଓ ଛାତ୍ର ଛାତ୍ରୀଙ୍କୁ ବ୍ୟବସାୟ କିପରି କରାଯାଏ ସେ ସମ୍ପର୍କରେ ବୁଝାଇବାରେ ପୁର୍ଣ୍ଣ ସହଯୋଗ କରିଥିଲେ । ଶିକ୍ଷାର୍ଥୀ ମାନେ ଏହି ଭ୍ରମଣରୁ ବହୁତ ପ୍ରେରଣା ପାଇଥିଲେ ।