-
ଜାତିସଂଘରେ ଉଠିଲା ସ୍ୱର
ଶିକାଗୋ, ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଅକ୍ଟୋବର 7ରେ ଇସ୍ରାଏଲ ଉପରେ କରିଥିବା ଆକ୍ରମଣ ସମୟରେ ଘଟିଥିବା ଚକିତ କଲାଭଳି ବର୍ବରତା ସାମ୍ନାକୁ ଆସିଛି । ଯାହା ବିରୋଧରେ ସ୍ୱର ମିଳିତ ଜାତିସଂଘରେ ଉଠିଛି । ଦ ନ୍ୟୁୟର୍କ ଟାଇମ୍ସ ମୁତାବକ, ହମାସର ଯୌନ ଉତ୍ପୀଡନର ଶିକାର ହୋଇ ଜୀବିତ ବଞ୍ଚିଥିବା ଲୋକଙ୍କ ପୀଡାକୁ ନେଇ ମାନବାଧିକ କର୍ମୀ ଉଦବେଗ ପ୍ରକାଶ କରିଛନ୍ତି ।
ଯୁଦ୍ଧ ସମୟରେ ହମାସ ବନ୍ଧକ ରଖିଥିବା ଇସ୍ରାଏଲ ମହିଳାମାନଙ୍କୁ ଯୁଦ୍ଧର ଅସ୍ତ୍ର ଭାବେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଉ ମହିଳାଙ୍କ ଉପରେ ହୋଇଥିବା ଏହି ଉତ୍ପୀଡନକୁ ନେଇ ଦୁନିଆର ମହିଳା ଓ ସଙ୍ଗଠନର ନିରବତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଗଣମାଧ୍ୟମର ସୂଚନା ମୁତାବକ ଅକ୍ଟୋବର 7 ତାରିଖରେ ହମାସ ଇସ୍ରାଏଲ ଲୋକଙ୍କ ଘରେ ନିଆଁ ଲଗାଇବା ପୂର୍ବରୁ ଇସ୍ରାଏଲ ମହିଳାଙ୍କୁ ଦୁଇ ଦୁଇ ଥର ହତ୍ୟା କରାଯାଇଥିଲା । ପ୍ରଥମେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ସେମାନଙ୍କୁ ଗୁଳି କରିଦେଇଥିଲେ ।