ଭୁବନେଶ୍ୱର– ଏନସିଆରବି ରିପୋର୍ଟକୁ ନେଇ ଭାରତୀୟ ଜନତା ପାର୍ଟୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପି ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ଯେ, ମହିଳା ଓ ଶିଶୁ ମାନଙ୍କ ପାଇଁ ଓଡ଼ିଶା ଅସୁରକ୍ଷିତ । ୨୦୨୧ ତୁଳନାରେ ୨୦୨୨ରେ ମହିଳା ବିରୋଧୀ ଅପରାଧ ବଢ଼ିଛି । ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ଦେଶରେ ୭ ନଂରେ ଓଡ଼ିଶା ରହିଛି ହେଲେ ଜନ ସଂଖ୍ୟା ଅନୁସାରେ ୧ ନଂ ହେବ ।
ସେ କହିଛନ୍ତି ଯେ ଶିଶୁ ବିରୋଧ ଅପରାଧରେ ୬ ନଂରେ ଓଡ଼ିଶା । ୨୦୨୨ରେ ୮୨୪୦ ଶିଶୁ ବିରୋଧ ମାମଲା ରୁଜୁ ହୋଇଥିଲା । ଆଜି ଦିନରେ ପ୍ରତି ଘଣ୍ଟାରେ ୨ ଜଣ , ପ୍ରତ୍ୟେକ ଦିନ ୧୨ ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଛନ୍ତି । ହେଲେ ବର୍ଷକୁ ମାତ୍ର ୧୨ ଜଣ ଦଣ୍ଡିତ ହେଉଛନ୍ତି । ୨୪ ବର୍ଷ ହେଲା ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି । କେବଳ ହୋଡ଼ିଂରେ ମହିଳା ବିକାଶ ଏବଂ ସଶକ୍ତିକରଣ ସୀମିତ । ଫାଷ୍ଟ ଟ୍ରାକ କୋର୍ଟ ଗଠନ କରି ତ୍ୱରିତ ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନରେ ବିଫଳ ଯୋଗୁଁ ମାମଲା ସଂଖ୍ୟା ବଢୁଛି । ଏବେ ବି ୯୬ ପ୍ରତିଶତ ମହିଳା ବିରୋଧୀ ମାମଲା କୋର୍ଟରେ ପଡ଼ିକି ରହିଛି । ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।