ଭୁବନେଶ୍ୱର– ୨୦୨୪ ରେ ବିଜେପି ଓଡ଼ିଶାରେ ସରକାର କରିବ। ବିଧାନ ସଭା ରେ ପାଖା ପାଖି ୧୦୦ ଆସନ, ଲୋକ ସଭା ରେ ପାଖା ପାଖି ୧୫ ଆସନ ପାଇବ। ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ ।
ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ରାଜନୀତିରେ ୭ ଦିନ ହେଉଛି ଦୀର୍ଘ ସମୟ। ଆମ ପାଖେ ବହୁତ୍ ସମୟ ଅଛି।
ସେ କହିଛନ୍ତି ଯେ, ପୂର୍ବରୁ ଓଡ଼ିଶାରେ ବିଜେପି ନିଜେ ଜିତି ପାରିବ ବୋଲି ଦିଲ୍ଲୀ ଭାବୁ ନଥିଲା, ସେଥିପାଇଁ ବିଜେଡ଼ି ସହ ଟିକେ ସମ୍ପର୍କ ଥାଉ ବୋଲି ଭାବୁଥିଲେ। ଏଥର କିନ୍ତୁ ମାହୋଲ୍ ବନିଛି। ଦିଲ୍ଲୀ ବିଶ୍ୱାସ କଲାଣି। କାରଣ ଆମେ ସେମିତି କିଛି ଫଳ ଦେଖେଇ ପାରୁନଥିଲୁ। ଗତ ନିର୍ବାଚନ ରେ ବିଧାନ ସଭା ସିଟ ରେ ଆମ ନେତୃତ୍ୱ ନଥିଲା। କିନ୍ତୁ ମୋଦି ଙ୍କ ପାଇଁ ଆମେ 8 ଲୋକ ସଭା ରେ ଜିତିଲୁ।