ଭୁବନେଶ୍ୱର-ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଲଗାଇ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । କେକେବିଏନ ଡିଭିଜନ ପକ୍ଷରୁ ବୌଦ୍ଧ ଜିଲ୍ଲା ଶଗଡା ଫାଣ୍ଡି ଅଂଚଳର ଗ୍ରାମରେ ମାଓ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଗଞ୍ଜେଇ ଚାଷ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଏହାସହ ଗଞ୍ଜେଇ ମାଫିଆଙ୍କୁ ଦଣ୍ଡ ଦେବାକୁ ଏହି ପୋଷ୍ଟରରେ ଲେଖାଯାଇଛି । ପୋଲିସ ଯୋଗୁଁ ମାଓବାଦୀଙ୍କ ବିପ୍ଳବ ପଥରେ ବାଧା ସୃଷ୍ଟି ହେଉଥିବା ମଧ୍ୟ ଉଲ୍ଲେଖ ରହିଛି । ଏଠାରେ ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ସେହି ଅଞ୍ଚଳରୁ ପୋଲିସ ମାଓ ସାମଗ୍ରୀ ଜବତ କରିଥିଲା ।
Related Stories
November 23, 2024