
ଭୁବନେଶ୍ୱର– ଟିଟିଲାଗଡରେ ଅଘଟଣ । ବଣ ଭୋଜି କରିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଓଲଟିପଡିଛି । ଦୁର୍ଘଟଣାରେ 14 ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଟିଟିଲାଗଡ଼ ହଳଦୀ ଗାଁର ଯୁବକ, ମହିଳା ଓ କୁନି କୁନି ପିଲା ମାନେ କେସିଙ୍ଗା ଗୁର୍ଜିମୁଣ୍ଡାକୁ ଭୋଜି କରିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଟିଟିଲାଗଡ଼ କତରକେଳା ଫାଟକ ନିକଟରେ ଭ୍ୟାନଟି ଓଲଟି ପଡିଥିଲା । ଆହତଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।