ନୂଆଦିଲ୍ଲୀ ବାତ୍ୟା ମିଗ୍ଜୋମ୍ର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ଓଡିଶାରେ ଅଳ୍ପ ପବନ ଓ ବେଶୀ ବର୍ଷା ହେବାର ସମ୍ଭାବନା ରହିଛି ।
ସେ କହିଛନ୍ତି ଯେ ବାତ୍ୟା ମିଗଜୋମ କାଲି ଆନ୍ଧ୍ର ବାପାଟ୍ଲାରେ ଉପକୂଳ ଛୁଇଁବ । ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ । ତେଣୁ ଦକ୍ଷିଣ, ଆଭ୍ୟନ୍ତର ଓଡ଼ିଶାରେ ପବନ କମ୍, ବର୍ଷା ଅଧିକ ହେବ । ସେ କହିଛନ୍ତି ଯେ ୪ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୫ରୁ ବର୍ଷା ବଢ଼ିବ, କିଛି ଜାଗାରେ ପ୍ରବଳ ବର୍ଷା ହେବ, ୬ରେ ବି ବର୍ଷିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବର୍ଷା ଅଧିକ ହେଲେ ବି ପବନ ବିଶେଷ ଅଧିକ ହେବ ନାହିଁ । ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିପାରେ – ବର୍ଷା ଓ ପବନ ଯୋଗୁଁ ପାଚିଲା ଧାନ, ପରିବା ନଷ୍ଟ ହୋଇପାରେ । ମତ୍ସ୍ୟଜୀବୀମାନେ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯାଆନ୍ତୁନି ବୋଲି ସେ ପରାମର୍ଶ ଦେଇଛନ୍ତି ।