-
ଜାନୁୟାରୀ 4ରେ ମାମଲାର ଶୁଣାଣି
ନୂଆଦିଲ୍ଲୀ, କ୍ଷମତାସୀନ ଦଳ ଗତ 9ବର୍ଷରେ ନିଜର ଉପଲବ୍ଧିର ପ୍ରଚାର ପାଇଁ ସେନା ଓ ସରକାରୀ ଅଧିକାରୀଙ୍କ ଦୂରୁପଯୋଗ କରିଥିବା ଅଭିଯୋଗରେ ଦାୟର ହୋଇଥିବା ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଜାନୁୟାରୀ 4ରେ ଏହି ମାମଲାର ଶୁଣାଣି କରିବାକୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର ଶୁଣାଣି ସମୟରେ ହାଇକୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ ଯେ କୌଣସି କଲ୍ୟାଣକାରୀ ଯୋଜନା କାହିଁକି ପ୍ରଚାର କରାଯିବ ନାହିଁ? ଏହି ଯୋଜନାଗୁଡିକର ପ୍ରଚାରରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ଅଛି । ପ୍ରତ୍ୟେକ ମୁଖ୍ୟମନ୍ତ୍ରୀ ଏହା କରନ୍ତି । ଏହା ପରେ ଆବେଦନକାରୀମାନେ କହିଥିଲେ ଯେ ଗତ ନଅ ବର୍ଷର ଯୋଜନାକୁ ପ୍ରଚାର କରିବା ପାଇଁ କେବଳ ସେନା ଏବଂ ସରକାରୀ କର୍ମଚାରୀଙ୍କୁ ଅପବ୍ୟବହାର କରାଯାଉଛି। ତା’ପରେ କୋର୍ଟ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ତୁରନ୍ତ ଯୋଜନା ବିଷୟରେ ଜାଣିବାକୁ ଚାହାଁନ୍ତି। ଯଦି କେହି ପଚାଶ ବର୍ଷ ପୂର୍ବର ଯୋଜନା ଜାଣିବାକୁ ଚାହାଁନ୍ତି ତେବେ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ରହିଛି ।