କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଷ୍ଟାଡିୟମରେ ଠାରେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଗୋପୀନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ପ୍ରତାପ ପୁରୁଷୋତ୍ତମପୁର ଦ୍ୱାରା ରାଜ୍ୟ (ଯୁକ୍ତ ଦୁଇ ) ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବାଳକ ଓ ବାଳିକା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ ରଶ୍ମି ରେଖା ଅମାନତ ଓ ପ୍ରଦୀପ ରଞ୍ଜନ କାନୁନଗୋ ଓ ଚୟନକର୍ତ୍ତା ଭାବେ ହରିହର କର ଯୋଗଦେଇ ଥିଲେ।
ଏଥିରେ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ରାଜ୍ୟ ଦୌଡ଼କୁଦ ସଙ୍ଘ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ପୁରୀ ବକ୍ସି ଏକାଡେମୀ ପ୍ରତିଷ୍ଠାତା ସୁଦର୍ଶନ ସାହୁ ପ୍ରମୁଖ ଯୋଗଦେଇଥଲେ।
ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ ପ୍ରଫୁଲ କୁମାର ମିଶ୍ର।ନୀଳକଣ୍ଠ ମିଶ୍ର, ଜ୍ଞାନ ରଞ୍ଜନ ମହାପାତ୍ର, ରବିନାରାୟଣ ମିଶ୍ର,ସୁନୀଲ କୁମାର ଶତପଥୀ, ନୁର୍ସିହ ଚରଣ ଦେବତା ପ୍ରମୁଖ ପ୍ରତିଯୋଗିତା ପରିଚାଳନା ରେ ସହଯୋଗ କରିଥିଲେ |ଅଧ୍ୟାପକ ପବିତ୍ର ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
September 20, 2024
September 20, 2024